କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ନୟନତାରା, କହିଲେ ଦୃଢ଼ ଭାବରେ କରିଥିଲେ ବିରୋଧ
2/02/2023 at 10:45 PM

ନୂଆଦିଲ୍ଲୀ, ୦୨/୦୨: ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ବଡ଼ ଖୁଲାସା। ଇଣ୍ଡଷ୍ଟ୍ରିରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ କହିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି ତାଙ୍କୁ ଫିଲ୍ମରେ ଲିଡ୍ ରୋଲ୍ ଦେବା ବଦଳରେ ସାଲିସ୍ କରିବାକୁ କୁହାଯାଇଥିଲା। କିନ୍ତୁ ସେ ଏହାକୁ ମନା କରିଥିଲେ ଏବଂ ନିଜର ଦକ୍ଷତା ବଳରେ ଆଗକୁ ବଢ଼ିଥିଲେ।
ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ଏଭଳି କହିଛନ୍ତି ନୟନତାରା, ତାଙ୍କୁ ଫିଲ୍ମରେ ଲିଡ୍ ରୋଡ୍ ବଦଳରେ ସାଲିସ୍ କରିବାକୁ କୁହାଯାଇଥିଲା। କିନ୍ତୁ ସେ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖାନ କରିଥିଲେ। ତାଙ୍କର ଅଭିନୟ ଏବଂ ଦକ୍ଷତା ଉପରେ ବିଶ୍ବାସ ରହିଥିଲା ବୋଲି କହିଛନ୍ତି। ଫଳରେ ସେ ଜଣେ ଆଗଧାଡ଼ିର ଅଭିନେତ୍ରୀ ହୋଇପାରିଛନ୍ତି। ତେବେ ଏହା ପ୍ରଥମ ନୁହେଁ ଯେତେବେଳେ ସାଉଥ୍ ଇଣ୍ଡଷ୍ଟ୍ରିରେ କାଷ୍ଟି କାଉଚ୍ କଥା ଉଠିଛି। ୨୦୨୦ ରେ ଅନୁଷ୍କା ସେଟ୍ଟୀ ମଧ୍ୟ କାଷ୍ଟିଂ କାଉଚ ବିଷୟରେ କହିଥିଲେ।
ନୟନତାରା ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବିଶିଷ୍ଟ ଅଭିନେତ୍ରୀ। ଆଗାମୀ ଫିଲ୍ମ ଜଓ୍ବାନରେ ସେ ନଜର ଆସିବେ ଏହି ଫିଲ୍ମରେ ଶାହାରୁଖ ଖାନ୍ ଏବଂ ବିଜୟ ସେତୁପତି ମଧ୍ୟ ରହିଛନ୍ତି। ଗତବର୍ଷ ସେ ନିର୍ଦେ୍ଦଶକ ବିଗ୍ନେଶ ସିବନଙ୍କୁ ବିବାହ କରିଥିଲେ। ନିକଟରେ ନୟନତାରଙ୍କ ଦୁଇ ଯମଜ ଶିଶୁଙ୍କୁ ଜନ୍ମ ସରୋଗେସୀ ମାଧ୍ୟମରେ ସ୍ବାଗତ କରିଛନ୍ତି।