ରଂଗରସିୟା ଫିଲ୍ମରେ ନ୍ୟୁଡ ସିନ୍‌ କରିବା ପରେ ପରଦାରୁ ହଜିଗଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଝିଅ ନନ୍ଦନା ସେନ୍

Published By : Prameya-News7 Bureau | August 20, 2019 IST

ମୁମ୍ବାଇ୨୦|୮: ଗତ କାଲି ନନ୍ଦନା ସେନ୍‌ଙ୍କ ଜନ୍ମଦିନ ଥିଲା। ନିଜର ୫୨ ତମ ଜନ୍ମଦିନ ବେଶ ଧୁମଧାମରେ ପାଳନ କରଛନ୍ତି ନନ୍ଦନା। ୧୯୬୭ ମସିହା ଅଗଷ୍ଟ ମାସ ୧୯ ତାରିଖରେ ତାଙ୍କ ଜନ୍ମ କୋଲକାତାରେ ହୋଇଥିଲା। ନନ୍ଦନାଙ୍କ ପିତା ଅମର୍ତ୍ୟ ସେନ୍‌ ଜଣେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ, ନୋବେଲ ପୁରଷ୍କାର ବିଜେତା ଓ ଭାରତ ରତ୍ନ ସମ୍ମାନରେ ସମ୍ମାନିତ।

{"id":146629,"width":586,"height":384}

ନନ୍ଦନା କଳାକାର ବ୍ୟତୀତ ଜଣେ ଲେଖିକା ଓ ଶିଶୁ ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ନବନିତା ଦେବ ସେନ୍‌ ହେଉଛନ୍ତି ନନ୍ଦନାଙ୍କ ମାଆ। କେବଳ ବଲିଉଡ ନୁହେଁ ନନ୍ଦନା ହଲିଉଡ ଓ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

{"id":146630,"width":531,"height":463}

ତାଙ୍କ ଅଭିନୟର ଜଲୱା ଆଜି ଯାଏଁ ଚର୍ଚ୍ଚାରେ ଅଛି। ୧୯୯୭ ମସିହାରେ ସେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଦ ଡଲ ଫିଲ୍ମରେ ଅଭିନୟ କରି ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଏହା ପରେ ବନ୍ଦନା ବ୍ଲାକ୍‌ ଫିଲ୍ମରେ ଅଭିନୟ କରି ୨୦୦୫ ମସିହାରେ ବଲିଉଡରେ ଏଣ୍ଟ୍ରି କରିଥିଲେ।

{"id":146635}

ଏହି ଫିଲ୍ମରେ ନନ୍ଦନାଙ୍କ ବିପକ୍ଷରେ ଅମିତାଭ ବଚ୍ଚନ ଓ ରାନୀ ମୁଖର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ବଲିଉଡ ଫିଲ୍ମ ମାଇ ୱାଇଫ ମର୍ଡରରେ ଅନୀଲ କପୁରଙ୍କ ସହ ଅଭିନୟ କରିଥିଲେ।

{"id":146633}

ଧୀରେ ଧୀରେ ତାଙ୍କ କ୍ରେଜ ଦର୍ଶକଙ୍କ ମଧ୍ୟରେ ବଢିଥିଲା। ଏହା ପରେ ଅଜୟ ଦେବଗନଙ୍କ ସହ ଫିଲ୍ମ ଟାଙ୍ଗୋ ଚାର୍ଲିରେ ଅଭିନୟ କରିଥିଲେ ନନ୍ଦନା।  ବଲିଉଡରେ ଶେଷ ଥର ପାଇଁ ସେ ଫିଲ୍ମ ରଙ୍ଗରସିୟାରେ ନଜର ଆସିଥିଲେ।

{"id":146634}

ଏହି ଫିଲ୍ମରେ ସେ ଅଭିନେତା ରଣଦୀପ ହୁଡାଙ୍କ ସହ ଅଭିନୟ କରିଥିଲେ। ଫିଲ୍ମରେ ନ୍ୟୁଡ ସିନ୍‌ କରିବା ପରେ ବେଶ ଚର୍ଚ୍ଚାରେ ଆସିଥିଲେ ନନ୍ଦନା। ହେଲେ ଏହା ପରଠୁ ସେ ଆଉ ପରଦାରେ ଦେଖିବାକୁ ମିଳୁନାହାନ୍ତି।  ୨୦୧୪ ମସିହାରେ ନନ୍ଦନା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.