୨ ବର୍ଷ ପରେ ଟିଭିକୁ ଫେରିବେ ଅଭିନେତ୍ରୀ ମୌଲି ଗାଙ୍ଗୁଲି, ଏହି ଶୋ’ରେ ଆସିବେ ନଜର

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ଦୁଇ ବର୍ଷର ଦୀର୍ଘ ବ୍ୟବଧାନ ପରେ ପ୍ରସିଦ୍ଧ ଅଭିନେତ୍ରୀ ମୌଲି ଗାଙ୍ଗୁଲି ଟେଲିଭିଜନକୁ ଫେରୁଛନ୍ତି। ସେ ଆଣ୍ଡ ଟିଭିର ପୌରାଣିକ ଶୋ 'ବାଲ ଶିବ'ରେ' ଅନୁସୁୟା ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି।

ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ 'ବାଲ୍ ଶିବ'ରେ ଭଗବାନ ଶିବଙ୍କର ପିଲାଦିନ ଏବଂ ଆତ୍ମଜ୍ଞାନର ଅନେକ ଅଧ୍ୟାୟ ମାଧ୍ୟମରେ ମା ଏବଂ ପୁଅର ପୌରାଣିକ କଥା ଦେଖାଯିବ । ଅନୁସୁୟାଙ୍କ ଚରିତ୍ରକୁ ନେଇ ଉତ୍ସାହିତ ମୌଲି ଗାଙ୍ଗୁଲି କହିଛନ୍ତି, ଆକର୍ଷଣୀୟ କାହାଣୀ ଏବଂ ଜଣାଶୁଣା କଳାକାରମାନଙ୍କ ସହିତ ‘ବାଲ୍ ଶିବ’ ପରି ନିଆରା ଶୋ’ର ଅଂଶ ହେବା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି । ଅନୁସୁୟାଙ୍କ ଚରିତ୍ର ହେଉଛି ଶୋ’ର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ଏହା ପ୍ରକୃତରେ ଏକ ଭିନ୍ନ ଚରିତ୍ର ।

ମୌଲି କହିଛନ୍ତି, ଆମ ପାଖରେ ଏକ ରିସର୍ଚ ଟିମ୍ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଆମକୁ ପ୍ରତ୍ୟେକ ଉପାୟରେ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପରେ ଗୋଟିଏ ୱାର୍କସପ୍ ଆୟୋଜନ କରାଯାଇଛି । ସେ ଏକ୍ସପ୍ରେସନ୍ ହେଉ, ବଡି ଲାଙ୍ଗୁଏଜ୍, ଡାଏଲଗ୍, ଭଏସ୍ ମୋଡିଫିକେସନ୍, ଲୁକ୍ ଟେଷ୍ଟ, କଷ୍ଟ୍ୟୁମ୍ ଟ୍ରାଏଲ୍ସ ଏବଂ ଆହୁରି ଅନେକ ଜିନିଷ ପାଇଁ ୱାର୍କସପ୍ କରାଯାଇଛି । ଅଗଷ୍ଟ ୩୧ ରେ ଆଣ୍ଡ ଟିଭିରେ 'ବାଲ୍ ଶିବ' ଲଞ୍ଚ କରାଯାଉଛି ଯାହା ସୋମବାରରୁ ଶୁକ୍ରବାର ରାତି ୮ ଟା ସମୟରେ ପ୍ରସାରିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.