ମହଙ୍ଗା ପଡିଲା ଫେକ୍ କ୍ୟାମ୍ପରୁ ଟିକାକରଣ, ଡୋଜ୍ ନେଇ ଗୁରୁତର ହେଲେ ଟିଏମସି ସାଂସଦ

Published By : Prameya-News7 Bureau | June 26, 2021 IST

ପଶ୍ଚିମବଙ୍ଗ ୨୬/୬ : ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ନିକଟରେ ସେ ବେଆଇନ ଟିକାକରଣ କ୍ୟାମ୍ପରୁ ପ୍ରଥମ ଡୋଜ ନେଇଥିଲେ । ଆଉ ଟିକା ନେବା ପରେ ସେ ଗୁରୁତର ହୋଇପଡିଛନ୍ତି । ମିମି ନିଜେ ଏନେଇ ଟ୍ୱିଟର ଆକାଉଣ୍ଟରେ ଏକଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଟିକା ନେବାର ୪ ଦିନ ପରେ ସେ ଅସୁସ୍ଥ ହୋଇପଡିଛନ୍ତି ।

wp:html
/wp:html

ଗତ କିଛିଦିନ ତଳେ ମିମି ଚକ୍ରବର୍ତ୍ତୀ ତାଙ୍କ ସହ ଧୋକା ହୋଇଥିବା ଜଣାଇଥିଲେ । କୋଲକାତାରେ ଫେକ୍ ଟିକାକରଣ କରୁଥିବା କ୍ୟାମ୍ପ ବିଷୟରେ ଖୁଲ୍ଲାସା କରିଥିଲେ ମିମି । ଏହାସହ କ୍ୟାମ୍ପ କରିଥିବା ଦେବାଞ୍ଜନ ଦେବକୁ ବି ପୋଲିସ ଗିରଫ କରିଥିଲା । ସୂଚନା ଥାଉକି, ଦେବାଞ୍ଜନ ଦେବ ନିଜକୁ ଆଇପିଏସ ଅଫିସର କହି ମିମି ଚକ୍ରବର୍ତ୍ତୀଙ୍କ ସହ କଥା ହୋଇଥିଲେ । ତେବେ ଦେବାଞ୍ଜନଙ୍କ ଏହି କ୍ୟାମ୍ପରୁ କେବେଳ ମିମି ନୁହେଁ ଅନେକ ଲୋକ ଟିକା ନେଇଛନ୍ତି । ଏବେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.