ଅଲଗା ହେବେ ମହାଲକ୍ଷ୍ମୀ-ରବିନ୍ଦ୍ର?

Published By : Prameya-News7 Bureau | May 30, 2023 IST

ମୁମ୍ବାଇ ୩୦/୦୫; ଅଲଗା ହେବେ କି ମହାଲକ୍ଷ୍ମୀ-ରବିନ୍ଦ୍ର। ସୋସିଆଲ ମିଡିଆରେ ରବିନ୍ଦ୍ର ଏକା ଫଟୋ ସେୟାର କରିବା ପରେ ବଢିଲା ଚର୍ଚ୍ଚା।  ଗତ ବର୍ଷ ସାଉଥ୍‌ ଅଭିନେତ୍ରୀ ମହାଲକ୍ଷ୍ମୀ ଫିଲ୍ମ ମେକର ରବିନ୍ଦ୍ର ଚନ୍ଦ୍ରଶେଖରଙ୍କ ସହ ଦ୍ବିତୀୟ ବିବାହ କରିଥିଲେ। ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା ବିବାହ। କିନ୍ତୁ ଦ୍ବିତୀୟ ବିବାହ ପାଇଁ ମହାଲକ୍ଷ୍ମୀଙ୍କୁ ନାନା ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଅର୍ଥ ଲୋଭରେ ମହାଲକ୍ଷ୍ମୀ ରବିନ୍ଦ୍ରଙ୍କୁ ବିବାହ କରିଥିବା କହି ସେ ଟ୍ରୋ୍ଲ୍‌ ହେଲେ। କିନ୍ତୁ ଏ ବିଷୟରେ ଦମ୍ପତ୍ତି କେବେ ଗଣମାଧ୍ୟମରେ ମୁହଁ ଖୋଲି କହିନାହାନ୍ତି। ଏବେ ଦୁହଁ ଅଲଗା ହେବାର ଖବର ଆସୁଛି। ଅଲଗା ହେବାର ଆଲୋଚନା ଭିତରେ ମହାଲକ୍ଷ୍ମୀ ସ୍ବାମୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯାହା ସମସ୍ତ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଦେବ ବୋଲି ଅନୁମାନ ଲଗାଯାଉଛି।

Mahalakshmi Lashes Out at Trolls Insulting Her Husband Ravindar  Chandrasekaran

ସ୍ବାମୀଙ୍କ ସହ ଏକ ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, କେତେ ଥର କହିଛି ଏକା ଫଟୋ ଛାଡନି। ସୋଲୋ ପିକ୍ଟର ଦେବା ପରେ ସୋସିଆଲ ମିଡିଆରେ ଆମର ଅଲଗା ହେବା ଖବର ଆସୁଛି। କିନ୍ତୁ ବାରମ୍ବାର ତୁମେ ଏହି ଭୁଲ୍ କରୁଛ।
ତେବେ ମହାଲକ୍ଷ୍ମୀଙ୍କର ଏହି ପୋଷ୍ଟରୁ ସ୍ପଷ୍ଟ ବାରିହୋଇଯାଉଛି ଯେ, ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେଉନାହାନ୍ତି। ଏହାଦ୍ବାରା ଆଗକୁ ସୋସିଆଲ ମିଡିଆରେ ମହାଲକ୍ଷ୍ମୀ ଏବଂ ରବିନ୍ଦ୍ରଙ୍କ ଛାଡପତ୍ରକୁ ନେଇ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା ରଖାଯାଉଛି।

wp:heading {"level":4}

You can read-

/wp:heading wp:embed {"url":"https://www.prameyanews7.com/anushka-sharma-announced-will-do-only-one-film-once-a-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anushka-sharma-announced-will-do-only-one-film-once-a-year/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.