scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଥମ ପତ୍ନୀଙ୍କ ସହ ସମୀର ଓ୍ବାଙ୍ଖେଡେଙ୍କ ଫଟୋ ଭାଇରାଲ ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କଲେ ଦ୍ବିତୀୟ ପତ୍ନୀ, କହିଲେ…

27/10/2021 at 6:13 PM

ମୁମ୍ବାଇ ୨୭/୧୦ : ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖେଡେଙ୍କ ଅଡୁଆ ବଢିବାରେ ଲାଗିଛି । କେବଳ ତାଙ୍କ ବିରୁଦ୍ଧରେ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ମାମଲାକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ପତ୍ନୀ କ୍ରାନ୍ତି ରେଡକର ମରାଠୀ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ। କିନ୍ତୁ ଏବେ ସମୀରଙ୍କ ପ୍ରଥମ ପତ୍ନୀଙ୍କ ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର ।

ପ୍ରତିକ୍ରିୟା ରଖି କ୍ରାନ୍ତି କହିଛନ୍ତି,  ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ୍‌  ମାମଲାର ତଦନ୍ତ କରୁଛନ୍ତି ସମୀର । ସେଥିପାଇଁ ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି । ଏପରିକି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବାରମ୍ବାର ଆକ୍ରମଣ ହେଉଛି । ସମୀର ଓ୍ବାଙ୍ଖେଡେଙ୍କ ପ୍ରଥମ ପତ୍ନୀଙ୍କ ସହ ଫଟୋ ଭାଇରାଲକୁ ନେଇ କ୍ରାନ୍ତି କହିଛନ୍ତି ଯେ, ‘ବ୍ୟକ୍ତିଗତ ସ୍ତରକୁ ଯାଇ ଜଣଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ଜଣେ ମହିଳାଙ୍କ ଫଟୋକୁ ନେଇ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରଚାର କରି କହିବା ଯେ, ସେ ତାଙ୍କର ପ୍ରଥମ ପତ୍ନୀ, ଏହା କଣ ସେହି ମହିଳାଙ୍କ ପାଇଁ ଅପମାନ ନୁହେଁ କି ? ଜଣେ ମହିଳାଙ୍କ ଫଟୋ ଭାଇରାଲ ହେବା ଦ୍ବାରା ସେ ଏବେ ନିଜକୁ ଅସହଜ ମନେ କରୁନଥିବେ କି?’

ଲାଞ୍ଚ ଅଭିଯୋଗକୁ ନେଇ ସମୀର ଓ୍ବାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି କହିଛନ୍ତି ଯେ, ଯଦି ସେମାନେ ୮ କୋଟି ଟଙ୍କା ଲାଞ୍ଚ ନେଇଥାନ୍ତେ ତେବେ ମାଲଦ୍ୱୀପ ଯାଇ ନଥାନ୍ତେ ନିଜ ପାଇଁ ଭଲ କିଛି କରିଥାନ୍ତେ । ୮ କୋଟି ଟଙ୍କା ଲାଞ୍ଚ ନେବା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । କେବଳ ଆଉ କେବଳ ବଦନାମ କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର ଚାଲିଛି । ଏହା ପୂର୍ବରୁ କ୍ରାନ୍ତି ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ସ୍ୱାମୀଙ୍କ ଧାର୍ମିକ ପରିଚୟ ଉପରେ ଅଭିଯୋଗର ଜବାବରେ ସେମାନଙ୍କ ବିବାହର ଫଟୋ ସେୟାର କରିଥିଲେ ।

ନିକଟରେ ଏନସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲୀକ, ସମୀର ୱାଙ୍ଖେଡେଙ୍କ ଧାର୍ମିକ ପରିଚୟକୁ ନେଇ ସୋସିଆଲ ମିଡିଆରେ ଜନ୍ମ ପ୍ରମାଣପତ୍ର ସେୟାର କରିବା ଯୋଗୁଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରାନ୍ତି । ସମୀରଙ୍କ ସହ ତାଙ୍କ ପ୍ରଥମ ପତ୍ନୀ ଶବାନା କ୍ୟୁରେଶୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ସମୀର ଓ୍ବାଙ୍ଖେଡେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନିଜ ପରିବାରର ଇତିହାସ ବାବଦରେ କହିଛନ୍ତି ।

ନଓ୍ବାବ ମଲିକ ଟ୍ବିଟ୍‌ କରି ସମୀର ଓ୍ବାଙ୍ଖେଡେ ଏବଂ ତାଙ୍କର ପ୍ରଥମ ପତ୍ନୀ ଶବାନା କ୍ୟୁରେସୀଙ୍କ ଫଟୋ ସେୟାର କରିଥି​‌ଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୨୦୦୬ ମସିହା ଡିସେମ୍ବର ୭ ତାରିଖରେ ମୁମ୍ବାଇର ଲାଖଣ୍ଡଓ୍ବାଲାରେ ଶବାନା କ୍ୟୁରେସୀଙ୍କୁ ବିବାହ କରିଥିଲେ ସମୀର । କିନ୍ତୁ ଗତ ୨୦୧୭ ମସିହାରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଏହା ପରେ ସମୀର, ମରାଠୀ ଅଭିନେତ୍ରୀ କ୍ରାନ୍ତିଙ୍କୁ ବିବାହ କରିଥିଲେ ।

ସୂଚନାଯୋଗ୍ୟ, ଏନ୍‌ସିବି ଜୋନାଲ ଅଫିସର ସମୀର ଓ୍ବାଙ୍ଖେଡେ ଏବେ ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତ କରୁଛନ୍ତି । ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କେସ୍‌ ତଦନ୍ତୁ କରୁଥିବାରୁ ଅନେକ ସମୟରେ ତାଙ୍କୁ ଧମକ ମଧ୍ୟ ମିଳୁଛି । କେବଳ ସେ ନୁହେଁ ତାଙ୍କ ପତ୍ନୀଙ୍କୁ ଧମକପୂର୍ଣ୍ଣ ମେସେଜ ସହ ତାଙ୍କ ପିତାଙ୍କୁ ଧମକପୂର୍ଣ୍ଣ କଲ ଆସିବାରେ ଲାଗିଛି । ଏହା ସହିତ ଏବେ ପ୍ରଥମ ପତ୍ନୀଙ୍କ ସହ ସମୀରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ କଥା ହେଉଛି ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଘଟିଛି ।

   Related Posts