ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍’ ପାଇଁ କିଆରାଙ୍କୁ କରାଯାଇନି ଆପ୍ରୋଚ୍, ଅଭିନେତ୍ରୀଙ୍କ ଟିମ୍ ରଖିଲା ଜବାବ

Published By : Prameya-News7 Bureau | May 16, 2022 IST

ମୁମ୍ବାଇ ୧୬।୫: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ଏବଂ ‘ଭୁଲ୍ ଭୁଲେୟା ୨’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ‘ଭୁଲ୍ ଭୁଲେୟା ୨’ ଚଳିତ ମାସ ୨୦ ତାରିଖରେ ରିଲିଜ ହେବାକୁ ଯାଉଥିବା ବେଳେ ‘ଜୁଗ୍ ଜୁଗ୍ ଜିଓ’ ଜୁନ୍ ୨୪ରେ ରିଲିଜ ହେବ । ଆଉ ଏକ ଫିଲ୍ମ ପାଇଁ ମଧ୍ୟ କିଆରା ଚର୍ଚ୍ଚାରେ ଥିଲେ । କିଛି ଦିନ ପୂର୍ବେ ଶୁଣିବାକୁ ମିଳିଥିଲା ଯେ, ସେ ପ୍ରଭାସଙ୍କ ସହ ସନ୍ଦୀପ ରେଡ୍ଡୀ ଓ୍ବାଙ୍ଗାଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ୍’ରେ ନଜର ଆସିବେ । ଏବେ କିଆରାଙ୍କ ଟିମ୍ ଏପରି ଗୁଜବକୁ ଖାରଜ କରିଛି ।

ପ୍ରଭାସଙ୍କ ସହ ସ୍କ୍ରିନ୍ ସେୟାର କରିବା ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫ୍ୟାନ୍ସ ବେଶ୍ ଖୁସି ଥିଲେ । ଯଦିଓ ଏବେ ଲାଗୁଛି ଯେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ୍ସଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ । କିଆରାଙ୍କ ଟିମ୍‌ର ବୟାନ ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି ।

କିଆରାଙ୍କ ଟିମ୍ କହିଛି ଯେ, ପ୍ରଭାସଙ୍କ ସହ ଫିଲ୍ମ କରିବା ପାଇଁ କିଆରାଙ୍କୁ ଆପ୍ରୋଚ କରାଯାଇନାହିଁ । ଏ ସମ୍ପର୍କରେ ତାଙ୍କ ସହ କୌଣସି କଥାବାର୍ତ୍ତା ହୋଇନାହିଁ । କୌଣସି ଅପଡେଟ୍ ସମ୍ପର୍କରେ ଆମେ ଅଫିସିଆଲି ଘୋଷଣା କରିବୁ ଏବଂ ସମସ୍ତଙ୍କୁ ଏ ବିଷୟରେ ଜଣାଇବୁ । ଏଥିପାଇଁ ସମସ୍ତଙ୍କୁ ଗୁଜବରୁ ଦୂରେଇ ରହିବାକୁ ଅନୁରୋଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.