ମୁମ୍ବାଇ୨୬|୧୧: ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ ଓ ଅନ୍ଦାଜ ପାଇଂ ଚର୍ଚ୍ଚାରେ ଥାନ୍ତି। କିଛି ଅଭିନେତ୍ରୀ ନିଜ ଫିଗର ପାଇଁ ଫେମସ ଥାନ୍ତି। ଆଉ କିଛି ନିଜ ବ୍ୟକ୍ତିତ୍ବ, ଷ୍ଟାଇଲ ଓ ପରିଧାନ ଶୈଳୀ ପାଇଁ ଲୋକଙ୍କ ମନ ଜିତିଥାନ୍ତି। ବିଭିନ୍ନ କାରଣ ନେଇ ସବୁ କଳାକାରମାନେ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି। ହେଲେ କିଛି ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ଫିଗର ବା ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ନିଜ ଶରୀର ଓ ଅଭିନୟ ପାଇଁ ବହୁ ଲୋକପ୍ରିୟ ହୋଇଛନ୍ତି।
{"id":190063,"sizeSlug":"large"}ଠିକ୍ ସେହିଭଳି ମୁସଲିମ୍ ଅଭିନେତ୍ରୀ ଜୁହୀ ଅସଲମ ମଧ୍ୟ ନିଜର ଅଭିନୟ ପାଇଁ ଆଜି ଲୋକଙ୍କ ମଧ୍ୟରେ ଖୁବ ପରିଚିତ। ଛୋଟ ପରଦାର ଅଭିନେତ୍ରୀ ଜୁହୀଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ୬ ଇଂଚ। ତଥାପି ଇଣ୍ଡଷ୍ଟ୍ରିରେ ସେ ସଫଳତା ହାସଲ କରିଛନ୍ତି। ଅସଲମ ଛୋଟ ପରଦାରେ ଅନେକ ଟିଭି ଶୋରେ କାମ କରିଛନ୍ତି। ସେ ଆଜି ଘରେ ଘରେ ପରିଚିତ।
{"id":190064,"width":568,"height":535,"sizeSlug":"large"}ତାଙ୍କ ନିଆରା ଅନ୍ଦାଜ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ଜୁହୀଙ୍କ ଜୀବନ କାହାଣୀ ବେଶ ଆକର୍ଷଣୀୟ। ନିଜ ଉଚ୍ଚତା ପାଇଁ ଜୁହୀ କେବେ ବିବାହ କରିବାକୁ ଚାହୁଁନଥିଲେ। ସେ ନିଜ କ୍ୟାରିଅରରେ ଆଗକୁ ବଢିବାର ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା। ଜୁହୀଙ୍କ ଦେଖା କରୀମଙ୍କ ସହ ହୋଇଥିଲା। ଧୀରେ ଧୀରେ କରୀମ ଓ ଜୁହୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
{"id":190065,"sizeSlug":"large"}ଉଭୟ ପରସ୍ପରଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ। ୨୦୧୮ ମସିହା ଅଗଷ୍ଟ ମାସ ୯ ତାରିଖରେ ଜୁହୀ ଓ କରୀମ ବିବାହ କରିଥିଲେ। ଖୁବ ଧୁମଧାମ୍ରେ ଉଭୟଙ୍କ ବିବାହ ହୋଇଥିଲା। ସୋସିଆଲ ମିଡିଆରେ ଜୁହୀ ଓ କରୀମଙ୍କ ଫଟୋ ବହୁତ ଭାଇରାଲ ହୋଇଥିଲା। ଏବେ ଜୁହୀଙ୍କ ପରିବାରରେ ଖୁସୀର ମାହୋଲ ଅଛି କାରଣ ସେ ଏକ ଶିଶୁ ପୁତ୍ରଙ୍କୁ ଦେଇଛନ୍ତି। ଏହି ଖବର ଜୁହୀ ନିଜେ ସୋସିଆଲ ମିଡିଆରେ କହିଛନ୍ତି। ସମଗ୍ର ଦେଶରୁ ତାଙ୍କୁ ଶୁଭକାମନା ମିଳୁଛି।