କଣ ସୋଏବ-ଦୀପିକାଙ୍କ ଘରକୁ ଆସିବ କୁନି ଅତିଥି ? ଭିଡିଓ ସେୟାର କରି ଦେଲେ ସଙ୍କେତ

Published By : Prameya-News7 Bureau | December 23, 2022 IST

ମୁମ୍ଵାଇ ୨୩।୧୨: ଅଭିନେତ୍ରୀ ଦୀପିକା କକ୍କର ଓ ଅଭିନେତା ସୋଏବ ଇବ୍ରାହିମ୍‌ । ଟେଲି ଦୁନିଆର ସବୁଠାରୁ କ୍ୟୁଟ୍‌ କପଲ୍‌। ଉଭୟଙ୍କ ଯୋଡ଼ିକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରନ୍ତି। ବିବାହ ପରଠାରୁ ଉଭୟ ନିଜର କେମିଷ୍ଟ୍ରୀ ଏବଂ କପଲ୍‌ ଗୋଲ୍‌ ଦ୍ୱାରା ଚର୍ଚ୍ଚାରେ ଅଛନ୍ତି। ଏବେ ସେମାନଙ୍କ ଫ୍ୟାନ୍‌ମାନେ ଦୁହିଁଙ୍କୁ ବାପା -ମା’, ରୂପରେ ଦେଖିବା ପାଇଁ ବହୁତ ଉତ୍ସାହ ଅଛନ୍ତି। ବୋଧ ହୁଏ ଲାଗୁଛି, ଯେମିତି ଦୀପିକା ଓ ସୋଏବ ଫ୍ୟାନ୍‌ମାନଙ୍କର ଏହି ଆଶାକୁ ପୂରଣ କରିବାକୁ ଯାଉଛନ୍ତି।

ଖବର ଆସୁଛି କି ଅଭିନେତ୍ରୀ ଦୀପିକା ଓ ସୋଏବ ବୋଧ ହୁଏ ପ୍ରଥମ ଥର ମା’, ବାପା ହେବାର ଖୁସି ଖବର ଖୁବ୍‌ଶୀଘ୍ର ଦେବାକୁ ଯାଉଛନ୍ତି। ଦୁହିଁଙ୍କ ବିବାହକୁ ୪ ବର୍ଷ ବିତିଗଲାଣି । ଫ୍ୟାନ୍‌ମାନେ ଏହି ଖୁସି ଖବରକୁ ଅପେକ୍ଷା କରି ରହିଛନ୍ତି। ଏବେ ଖବର ଶୁଣିବାକୁ ମିଳୁଛି ଯେ, ଦମ୍ପତିଙ୍କ ଘରେ ଏକ କୁନି ଅତିଥି ଆସିବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।  

ସେପଟେ ଏହାରି ଭିତରେ ତାଙ୍କ ପରିବାରର ଜଣେ ସଦସ୍ୟ ସୋସିଆଲ ମିଡିଆରେ ଏକ ବ୍ଲଗ୍‌ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ଫ୍ୟାନ୍‌ମାନେ ଅନୁମାନ କରୁଛନ୍ତି କି, ଦୀପିକା ପ୍ରେଗ୍‌ନାଣ୍ଟ ଅଛନ୍ତି।  ସୋଏବ ମଧ୍ୟ ଏମିତି ଅନେକ ବ୍ଲଗ୍‌ ସେୟାର କରିଛନ୍ତି। ପୂର୍ବରୁ ଅନେକ ଥର ଦୀପିକା କକ୍କରଙ୍କ ପ୍ରେଗ୍‌ନାନ୍ସିକୁ ନେଇ ଗୁଜବ ଉଠି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.