oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଯେଉଁ ବିଦେଶୀ ବ୍ୟାଗ୍‌ କିଣିବାକୁ ସ୍ବପ୍ନ ଦେଖନ୍ତି ଲୋକେ, ତାର ପ୍ରଥମ ଭାରତୀୟ ଆମ୍ବାସଡର ହେଲେ ଦୀପିକା ପାଦୁକୋନ୍

12/05/2022 at 7:27 PM

ମୁମ୍ବାଇ ୧୨।୫: ଅଭିନେତ୍ରୀ ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ହାସଲ କରିବାରେ ଲାଗିଛନ୍ତି । ନିକଟରେ ଶୁଣିବାକୁ ମିଳିଥିଲା ଯେ ଦୀପିକାଙ୍କୁ କାନ୍ସ ଫେଷ୍ଟିଭାଲରେ ଜୁରୀ ହେବାକୁ ମଉକା ମିଳିଛି । ଆଉ ଏବେ ସେ ଏମିତି ଗୋଟିଏ ବ୍ରାଣ୍ଡର ଆମ୍ବାସଡର ହେବାକୁ ଯାଉଛନ୍ତି ଯାହା ପୂର୍ବରୁ କେହି ଭାରତୀୟ ହୋଇନଥିଲେ । ଏହି ଖବର ଜଣାପଡିବା ପରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଅଭିନେତ୍ରୀ ଦୀପିକା ପାଦୁକୋନ ଲକଜ୍ୟୁରୀ ବ୍ରାଣ୍ଡ ଲୁଇ ଓ୍ବିଟନ୍‌ର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି । ଦୀପିକା ତାଙ୍କ ଡଉଫାଇନ୍ ବ୍ୟାଗ୍ ପାଇଁ ଲୁଇ ଓ୍ବିଟନ୍ର ନୂଆ କଲେକସନ୍‌ର ଅଂଶ ।  ଏହି ନୂଆ ରେଞ୍ଜ ପାଇଁ ସେ ‘କ୍ରୁଏଲା’ ଫେମ୍ ଅଭିନେତ୍ରୀ ଏମ୍ମା ଷ୍ଟୋନ୍ ଏବଂ ଚୀନ୍ ଅଭିନେତ୍ରୀ ଜୋ ଡୋଙ୍ଗ୍ୟୁ ଭଳି ଷ୍ଟାରଙ୍କ ସହ ସାମିଲ ହେବେ । ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ଏ ନେଇ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଦୀପିକା ଫ୍ରେଞ୍ଚ ବ୍ରାଣ୍ଡ ସହ କାମ କରିସାରିଛନ୍ତି । ୨୦୨୦ରେ ଦୀପିକା ପ୍ରତିଷ୍ଠିତ ବ୍ରାଣ୍ଡ ସହ କାମ କରିଥିବା ପ୍ରଥମ ଭାରତୀୟ ହୋଇଥିଲେ । ଏହାପର ସେ ଗେମ୍ ଅଫ୍ ଥ୍ରୋନ୍ ଫେନ୍ ସୋଫି ଟର୍ନର ଏବଂ ଅନ୍ୟମାନଙ୍କ ସହ ଏକ ଓ୍ବିଣ୍ଟେଜ୍ ବୁକ୍ କଭର ପାଇଁ ପୋଜ୍ ଦେଇଥିଲେ । ଆଉ ଏବେ ଲୁଇ ଓ୍ବିଟନ୍ ର ଅଂଶ ହେବା ପ୍ରକୃତରେ ଦୀପିକାଙ୍କ ପାଇଁ ଗର୍ବର ବିଷୟ ।

   Related Posts