ସୋସିଆଲ୍‌ ମିଡିଆରେ ନିଆଁ ଲଗାଇଲେ ଭୁମି ପେଡନେକର, କିଲର ଲୁକ୍‌ ଦେଖି ପ୍ୟାନ୍ସ ଘାଇଲା

Published By : Prameya-News7 Bureau | July 04, 2022 IST

ମୁମ୍ବାଇ ୦୪।୦୭ : ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ ଭୁମି ପେଡନେକର । ତାଙ୍କ ନାମ ସେହି ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁମାନେ ନିଜେ ନିଜ ପାଇଁ ଏକ ଭିନ୍ନ ଏବଂ ବଡ ସ୍ଥାନ ସୃଷ୍ଟି କରିଛନ୍ତି । ଭୁମି ପେଡନେକରଙ୍କ ସିନେମାଟିକ୍ ଇନିଂସ ବହୁତ ପ୍ରେରଣାଦାୟକ ଏବଂ ପ୍ରଶଂସକମାନେ ତାଙ୍କୁ ଭଲ ପାଆନ୍ତି । ଭୁମି ପେଡନେକର ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି । ଭୁମି ପେଡନେକର ବେଳେବେଳେ ଦେଶୀ ଅନ୍ଦାଜ୍‌ ସହ ପ୍ରଶଂସକଙ୍କ ହୃଦୟ ଜିତନ୍ତି । ଏଭଳି ପରିସ୍ଥିତିରେ ଭୁମି ପେଡନେକର ପୁଣି ଥରେ କିଛି ଫଟୋ ସେୟାର କରିଛନ୍ତି।

wp:html
/wp:html

ଭୁମି ପେଡନେକର ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେହି ଫଟୋ ଗୁଡିକରେ ଭୁମି ପେଡନେକର ବହୁତ ହଟ ଏବଂ ଗ୍ଲାମରସ୍‌ ଦେଖାଯାଉଛନ୍ତି। ଏଥିସହ ଭୁମି ପେଡନେକରଙ୍କ କିଲର ହସ ମଧ୍ୟ ଫଟୋକୁ ଆହୁରି ସୁନ୍ଦର କରିଛି। ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି - ଜନ୍ମଦିନ ମାସ । କହିବାକୁ ଗଲେ ୧୮ ଜୁଲାଇରେ ଭୁମି ପେଡନେକରଙ୍କ ଜନ୍ମଦିନ । ଭୁମି ପେଡନେକରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥାଏ।

ଅନ୍ୟପଟେ କହିବାକୁ ଗଲେ ଭୁମି ଖୁବ ଶୀଘ୍ର ନୱାଜୁଦ୍ଦିନଙ୍କ ସହ ଅଫବାହେ ଫିଲ୍ମରେ ନଜର ଆସିବେ । ଫିଲ୍ମ ବିଷୟରେ ଭୁମି କହିଥିଲେ, 'ନୱାଜୁଦ୍ଦିନ ଆମ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା। ଯେତେବେଳେ ତୁମେ ଏତେ ମହାନ ଅଭିନେତା ସହିତ କାମ କରିବ, ତେବେ ତୁମକୁ ମଧ୍ୟ ତୁମର କଠିନ ପରିଶ୍ରମକୁ ଦ୍ୱିଗୁଣିତ କରିବାକୁ ପଡିବ । ଏହି ସମୟରେ, ମୁଁ ସବୁବେଳେ ସୁଧୀର ସାର୍‌ଙ୍କ ସହିତ କାମ କରିବାକୁ ଚାହୁଁଥିଲି । ତାହା ପୂରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.