ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣାରେ ବଢୁଛି ସସପେନ୍ସ: ଦୁଇ ପ୍ରେମିକଙ୍କ କଥାରେ ନାହିଁ ତାଳମେଳ, ଉଭୟଙ୍କୁ ମୁହାଁମୁହିଁ ଜେରା

Published By : Prameya-News7 Bureau | June 24, 2022 IST

ଭୁବନେଶ୍ୱର ୨୪/୦୬: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢିବାରେ ଲାଗିଛି । ଆଜି ନୟାପଲ୍ଳୀ ଥାନାରେ ହାଜର ହୋଇଛନ୍ତି ରଶ୍ମିରେଖାଙ୍କ ଦୁଇ ପ୍ରେମିକ । ହେଲେ ଏମାନଙ୍କ କଥାରେ କୌଣସି ତାଳମେଳ ରହୁନି । ପ୍ରକୃତରେ ସତ କିଏ କହୁଛି ତାକୁ ଧରିବାକୁ ପୋଲିସ ନାକେଦମ । ସେଥିପାଇଁ ଉଭୟଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସ ନିଷ୍ପତ୍ତି ନେଇଛନ୍ତି ।

ପଲିଗ୍ରାଫ ଟେଷ୍ଟ ପରେ ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ସୂଚନା ଥାଉକି, ରଶ୍ମିରେଖା ନିଜକୁ ସନ୍ତୋଷଙ୍କ ପତ୍ନୀ ବୋଲି ପରିଚୟ ଦେଇ ନୟାପଲ୍ଲୀରେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ । ଏହି ମାମଲା ଉପର ପରଦା ହଟାଇବା ପାଇଁ ସନ୍ତୋଷକୁ ଜେରା କରୁଛି ନୟାପଲ୍ଳୀ ପୋଲିସ । ସୂଚନା ମୁତାବକ, ଗୁରୁବାର ଦିନ ପ୍ରଥମ ପ୍ରେମିକ ବଡ଼ଗଡ଼ ଝରଣା ସାହିରେ ରହୁଥିବା ବିରିଡିର ଜ୍ୟୋତିରଞ୍ଜନ ନାଥ ଓରଫ ରାଜାକୁ ପୁଲିସ୍‌ ଦେଢ଼ ଘଣ୍ଟା ଧରି ଜେରା କରିଥିଲା।

ଜେରା ସମୟରେ ରାଜା ଠାରୁ ସନ୍ତୋଷଜନଜ ଉତ୍ତର ପାଇ ନଥିବା ପୁଲିସ୍‌ କହିଛି । ସେପଟେ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ୨୫ ତାରିଖ ମଧ୍ୟରେ ହାଜର ହେବାକୁ ପୁଲିସ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା । ଫଳରେ ଆଜି ନୟାପଲ୍ଳୀ ଥାନାରେ ଦ୍ବିତୀୟ ପ୍ରେମିକ ସନ୍ତୋଷ ପାତ୍ର ହାଜର ହୋଇଛନ୍ତିି। ମାମଲାର ଉପରୁ ପରଦା ହଟାଇବା ପାଇଁ ପୋଲିସ ଜେରା ଚଲାଇଛି ।

ରଶ୍ମିରେଖା ଆତ୍ମହତ୍ୟା କରିବା ଦିନ ଠାରୁ ରାଜା କଥା ସାମନାକୁ ଆସିଥିଲା । ହେଲେ ସେ ତଦନ୍ତରେ ସହଯୋଗ କରୁନଥିଲେ । ଗତ ମଙ୍ଗଳବାର ପୁଲିସ୍‌ ରାଜାଙ୍କୁ ଚେତାବନୀ ଦେଇଥିଲା । ଦୁଇ ଦିନ ମଧ୍ୟରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଥିଲା ପୁଲିସ । ଚେତାବନୀ ପରେ ଗୁରୁବାର ପୂର୍ବାହ୍ନରେ ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ ରାଜା । ରଶ୍ମିରେଖାଙ୍କ ସହ ଦେଖାହେବା ଦିନଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ପ୍ରେମ, ବିବାହ, ବିଚ୍ଛେଦ ଓ ସନ୍ତୋଷଙ୍କ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲା ପୁଲିସ୍‌ । ହେଲେ ରାଜାଙ୍କ ଠାରୁ ପୁଲିସ୍‌ ସେମିତି କିଛି ସନ୍ତୋଷଜନକ ଉତ୍ତର ପାଇ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.