LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀ ଅଦା ଶର୍ମାଙ୍କ ପର୍ସନାଲ ନମ୍ଵର ଲିକ୍‌, ଧମକ ସହ ଆସୁଛି ଖରାପ ମେସେଜ୍‌

26/05/2023 at 7:54 AM

ମୁମ୍ଵାଇ ୨୬।୦୫: ରିଲିଜ୍ ହେବାର ୨୦ ଦିନ ପରେ ମଧ୍ୟ କେରଳ ଷ୍ଟୋରୀ ବିଷୟରେ ଆଲୋଚନା ହେଉଛି । ଫିଲ୍ମଟି ବକ୍ସ ଅଫିସରେ ଧମାଲ କରୁଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। କିଛି ଲୋକଙ୍କ ଫିଲ୍ମ ବିଷୟରେ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି । କିଏ ପ୍ରଶଂସା କରୁଛି ତ ଆଉ କିଏ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। କେରଳ ଷ୍ଟୋରୀକୁ ନେଇ ପଶ୍ଚିମ ବଙ୍ଗଳା ସରକାର ବ୍ୟାନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କ ବିଷୟରେ ଏକ ବଡ ଅପଡେଟ୍‌ ଆସିଛି ।

ନିକଟରେ ଜଣେ ହ୍ୟାକର ସୋସିଆଲ ମିଡିଆରେ ଅଦା ଶର୍ମାଙ୍କ ପର୍ସନାଲ ମୋବାଇଲ୍ ନମ୍ବର ଏବଂ କିଛି ପର୍ସନାଲ ଡିଟେଲସ୍‌ ଲିକ୍ କରିଛି । ଏହା ସହିତ ସେ ଅଦାଙ୍କ ନୂଆ ନମ୍ବର ଲିକ୍ କରିବାକୁ ଧମକ ଦେଇଥିଲେ। ଏହା ପରେ ଅଦା ଶର୍ମା କିଛି ଅସୁବିଧାରେ ଫସିଯାଇଥିଲେ। ସୋସିଆଲ ମିଡିଆ ୟୁଜର୍ସମାନେ ଏହି ହ୍ୟାକରଙ୍କ ଆକାଉଣ୍ଟ ଉପରେ ଅଭିଯୋଗ କରିଥିଲେ। ଯାହା ପରେ ତାଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଥିଲା। ତେବେ ଅଦାଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

କହିବାକୁ ଗଲେ ତ କେରଳ ଷ୍ଟୋରୀର ବଜେଟ୍‌ ୪୦ କୋଟି ଟଙ୍କା ନିର୍ମିତ ହୋଇଛି। ଫିଲ୍ମଟି ବଜେଟର ଚାରି ଗୁଣ ଉପରେ ରୋଜଗାର କରିଛି । ଏଥିରେ ଅଦା ଶର୍ମାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଛି । ଲୋକମାନେ କହିଛନ୍ତି ଯେ ଅଦା ଶର୍ମା ଏହି ଚଳଚ୍ଚିତ୍ରର ମୁଖ୍ୟ ଜୀବନ। ଏଥି ସହିତ ସୁଦୀପ୍ତୋ ସେନ୍ ମଧ୍ୟ ଏହି ବିଷୟ ବାଛିଥିବା ଯୋଗୁଁ ତାଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି।

   Related Posts