ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖ୍‌ଲେଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ: ICUରେ ଭର୍ତ୍ତି

Published By : Prameya-News7 Bureau | November 23, 2022 IST

ମୁମ୍ବାଇ: ହିନ୍ଦୀ ଓ ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପୁଣେର ପଣ୍ଡିତ ଦିନାନାଥ ମଙ୍ଗେସ୍କର ହସ୍‌ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦପୂର୍ଣ୍ଣ ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି।

୭୭ ବର୍ଷୀୟ ବିକ୍ରମ ଗୋଖଲେ ଲିଭର ଜନିତ ରୋଗରେ ପୀଡ଼ିତ ହେବା ସହିତ ତାଙ୍କର ଶରୀର କିଛି ଅଙ୍ଗ କାମ କରୁନଥିଲା। ଗତ କିଛିଦିନ ହେବ ସେ ଚିକିତ୍ସା ପାଇଁ ବାରମ୍ବାର ଡାକ୍ତରଖାନା ଆସୁଥିଲେ। ହେଲେ ହଠାତ୍ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭୀଷଣ ଖରାପ ହୋଇଯିବାରୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି।

ଗୋଖଲେଙ୍କ ଫିଲ୍ମ କ୍ୟରିୟର-

୧୯୭୧ ମସିହାରେ ମାତ୍ର ୨୬ ବର୍ଷ ବୟସରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପରୱାନାରେ ବଲିଉଡରେ ଡେବ୍ୟୁ କରିଥିଲେ ବିକ୍ରମ ଗୋଖ୍‌ଲେ। ସେହିପରି ୧୯୯୦ରେ ଫିଲ୍ମ ଅଗ୍ନିପଥରେ ବି ସେ ଅଭିନୟ କରିଥିଲେ। ୧୯୯୯ ମସିହାରେ ରିଲିଜ ହୋଇଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରେ ବିକ୍ରିମ ଗୋଖଲେ ଐଶ୍ୱର୍ଯ୍ୟାଙ୍କ ବାପା ଭୂମିକାର ଅଭିନୟ କରିଥିଲେ।

ଏହାଛଡ଼ା ସେ, ଭୁଲଭଲୟା, ମିଶନ ମଙ୍ଗଲ, ଦିଲ୍‌ ସେ, ଦେ ଦନା ଦନ, ହିଚ୍‌କୀ ଭଲି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୩ ରେ ମରାଠୀ ଫିଲ୍ମ ‘ଅନୁମତି’ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ପୁରସ୍କାର ଦିଆଯାଇଥିଲା। ଏହାଛଡା ମରାଠି ଫିଲ୍ମ ଆଘାତରେ ସେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ। ଚଳିତ ବର୍ଷ ଜୁନରେ ମୁକ୍ତିଲାଭ କରିଥିବା ଅଭିମନ୍ୟୁ ଦଶାନୀ ଓ ଶିଳ୍ପା ସେଟ୍ଟୀଙ୍କ ଅଭିନୀତ ଫିଲ୍ମ 'ନିକ୍କମା'ରେ ଶେଷଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.