ମୁମ୍ବାଇ ୨୧/୨: ବଲିଉଡ ଅଭିନେତା ବିକି କୌଶଲ୍ ଏବଂ କ୍ୟାଟରିନା କୈଫଙ୍କ ଲିଙ୍କ୍ ଅପ୍ ଖବର କିଛି ଦିନ ହେବ ବଲୀଉଡରେ ଚର୍ଚ୍ଚାର ବିଷୟ ହୋଇ ପାରିଛି। କିନ୍ତୁ ଏବେ ସୁଦ୍ଧା କେହି ଏହି ସମ୍ପର୍କକୁ ସ୍ବୀକାର କରି ନାହାନ୍ତି। ଦୁହେଁ ଏହି ରିଲେସନଶିପ୍ ଖବରକୁ ଖଣ୍ଡନ କରିଛନ୍ତି। ବିକ୍କି ନିକଟରେ କ୍ୟାଟରିନା କୈଫଙ୍କ ଘରକୁ ହୁଡ଼ିରେ ନିଜ ମୁହଁ ଲୁଚାଇ ଯାଉଥିବା ନଜର ଆସିଛନ୍ତି।
{"id":227034,"sizeSlug":"large"}
କ୍ୟାଟରିନା କୈଫଙ୍କ ପଡ଼ୋଷୀ ଏକଥା ବହୁତ ଭଲ ଭାବେ ଜାଣନ୍ତି ଯେ ବିକ୍କି ଅଧିକାଂଶ ସମୟ ତାଙ୍କ ଘରକୁ ଯିବା ଆସିବା କରନ୍ତି। କିନ୍ତୁ ତଥାପି ବିକ୍କି ନିକଟରେ ନିଜ ମୁହଁ ହୁଡ଼ିରେ ଲୁଚାଇ କ୍ୟାଟରିନାଙ୍କ ଘରକୁ ଯାଉଥିବାର ସ୍ପଟ୍ ହୋଇଛନ୍ତି। ଏବେ ବିକ୍କି ନିଜର ଅପକମିଙ୍ଗ୍ ଫିଲ୍ମ ‘ଭୂତ’ର ପ୍ରମୋଶନ ସମୟରେ କଥାବାର୍ତ୍ତାରେ ତାଙ୍କ ରିଲେସନଶିପ୍ ବିଷୟରେ କହିଛନ୍ତି।
{"id":227035,"sizeSlug":"large"}
ବିକ୍କି କହିଛନ୍ତି,‘ସେ ନିଜର ପର୍ସନାଲ୍ ଲାଇଫ୍ ବିଷୟରେ ଏବେ କିଛି କହିବାକୁ ଚାହୁଁନାହାନ୍ତି’।
{"id":227036,"sizeSlug":"large"}
ବିକ୍କି ଏବଂ କ୍ୟାଟରିନା ଏବେ ପରସ୍ପରକୁ ସମୟ ଦେବାକୁ ଚାହୁଁଛନ୍ତି। ରଣବୀରଙ୍କ ଭଳି ବିକ୍କିଙ୍କୁ କମିଟମେଣ୍ଟର ଫୋବିଆ ନାହିଁ। କାମ କଥା କହିବା ଯଦି ବିକ୍କି କୌଶଲ ତାଙ୍କର ଅନେକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହରର ଫିଲ୍ମ ‘ଭୂତ’ରେ କାମ କରୁଛନ୍ତି। ଏହା ବ୍ୟତୀତ ସେ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ କାମ କରୁଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ସୁଜିତ ସରକାରଙ୍କ ଫିଲ୍ମ ‘ଉଧମ ସିଂହ’ ମଧ୍ୟ ଅଛି।
{"id":227037,"sizeSlug":"large"}