ଦଳିତ ବିରୋଧୀ ମନ୍ତବ୍ୟ ମାମଲାରେ କନ୍ନଡ଼ ଅଭିନେତାଙ୍କୁ ଆଶ୍ବସ୍ତି; ମିଳିଲା ଅନ୍ତରୀଣ ରହିତାଦେଶ

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ, ୧୪/୦୮: ଫେସ୍‌ବୁକ୍‌ ଲାଇଭରେ ଦଳିତ ସଂପ୍ରଦାୟଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି କନ୍ନଡ଼ ଅଭିନେତା ଉପେନ୍ଦ୍ର । ମାମଲାରେ ଅଭିନେତାଙ୍କ ବିରୋଧରେ ଦୁଇ ଦୁଇଟି ଏଫଆଇଆର ମଧ୍ୟ ରୁଜୁ ହୋଇଛି। ଏହା ପରେ କର୍ଣ୍ଣାଟକ ପୋଲିସ୍‌ ଉପେନ୍ଦ୍ରଙ୍କ ଘରେ ପହଞ୍ଚି ତଦନ୍ତ ପାଇଁ ଉପେନ୍ଦ୍ରଙ୍କୁ ନୋଟିସ୍‌ ଜାରି କରିଛି। ଅବଶ୍ୟ ଉପେନ୍ଦ୍ରଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ତଦନ୍ତରେ ଏକ ଅନ୍ତରୀଣ ରହିତାଦେଶ ମିଳିଛି।

ସୂଚନା ଅନୁଯାୟୀ, ନିଜର ରାଜନୀତିକ ଦଳ ଉତ୍ତମ ପ୍ରଜାକିୟ ପାର୍ଟି ବିଷୟରେ କହିବା ସମୟରେ ଅଭିନେତା କହିଥିଲେ ଯେ ‘‘ଯୋଉଠି ବି ସହର ଦେଖିବେ ସେଠାରେ ଦଳିତ ଥିବା କଥା ଥିବେ।’’ ତେ​ବେ ତାଙ୍କର ଏହି ବୟାନ ପରେ ରାମନଗରରେ ଜନଆକ୍ରୋଶ ଦେଖିବାକୁ ମିଳିଥିଲା। ଦଳିତ ସଂଗଠନ ତରଫରୁ ଅଭିନେତା ଉପ୍ରେନ୍ଦ୍ରଙ୍କ ବିରୋଧରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ସଂଗଠନର କର୍ମୀ ତାଙ୍କର ପୋଷ୍ଟର ଜଳାଇବାର ମଧ୍ୟ ଦେଖାଯାଇଥିଲା। ଅବଶ୍ୟ ଅଭିନେତା ପରେ ନିଜ ମନ୍ତବ୍ୟକୁ ନେଇ କ୍ଷମା ମାଗିଥିଲେ।

ଆହୁରି ପଢ଼ନ୍ତୁ: ଲୋକପ୍ରିୟ ନିର୍ମାତାଙ୍କ ଉପରେ ଗମ୍ଭୀର ଅଭିଯୋଗ, ଦୁଷ୍କର୍ମ ମାମଲାରେ ହେଲେ ଗିରଫ୍

ତେବେ ସୋମବାର ପୋଲିସ୍‌ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କର ଘର ପହଞ୍ଚି ତଲାସି କରିବା ସହ ଯେଉଁ ଡିଭାଇସ୍‌ରୁ ସେ ଲାଇଭ୍‌ କରିଥିଲେ ତାହାକୁ ପରୀକ୍ଷା କରିଥିଲେ। ଏହା ପରେ ପୋଲିସ୍‌ ଅଭି​‌ନେତାକୁ ନୋଟିସ୍‌ ଜାରି କରିଥିଲା ତଦନ୍ତ ପାଇଁ ହାଜର ହେବାକୁ। ତେବେ ଉପେନ୍ଦ୍ରଙ୍କୁ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ସମାଜ କଲ୍ୟାଣ ମନ୍ତ୍ରୀ ମହାଦେବପ୍ପା କହିଛନ୍ତି ‘‘ଉପେନ୍ଦ୍ ଜଣେ ପ୍ରସିଦ୍ଧ ଅଭିନେତା, ନିର୍ମାତା ଏବଂ ଏକ ଏଭଳି ବ୍ୟକ୍ତି ଯିଏ ରାଜନୀତିକ ଦଳ ମାଧ୍ୟମରେ ଜନମାନସରେ ରହିବାକୁ ଚାହୁଛନ୍ତି। କିନ୍ତୁ ସ୍ବାଧୀନତାର ୭୫ ବର୍ଷ ପରେ ବି ସେ ଜାତି ପ୍ରସଙ୍ଗ ଉଠାଇବା କେବଳ ଯେ, ସମୁଦାୟ ପାଇଁ ନୁହେଁ ବରଂ ସମ୍ବିଧାନ ପାଇଁ ମଧ୍ୟ ଅପମାନଜନକ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.