ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା; ଦଳ ଛାଡ଼ି କଂଗ୍ରେସରେ ମିଶିଲେ ଲୋକପ୍ରିୟ ଫିଲ୍ମ ଷ୍ଟାର୍ ବିଜୟାଶାନ୍ତି

Published By : Prameya-News7 Bureau | November 18, 2023 IST

ହାଇଦ୍ରାବାଦ: ବିଜେପି ଛାଡ଼ି ପୁଣିଥରେ କଂଗ୍ରେସରେ ମିଶିଲେ ତେଲଗୁ ଅଭିନେତ୍ରୀ ବିଜୟାଶାନ୍ତି। ଶୁକ୍ରବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳରେ ଯୋଗ ଦେବା ପରେ ତାଙ୍କୁ ନଭେମ୍ବର ୩୦ରେ ହେବାକୁ ଥିବା ତେଲେଙ୍ଗାନା ନିର୍ବାଚନ ଦାୟିତ୍ୱ ମିଳିଛି।

ବିଜୟାଶାନ୍ତିଙ୍କୁ ପ୍ରଚାର ଓ ପ୍ଲାନିଂ କମିଟିର ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ବିଜୟ ଶାନ୍ତି କଂଗ୍ରେସରେ ଯୋଗ ଦେବାର ତୁରନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ପୂର୍ବତନ ବିଜେପି ସାଂସଦ ଥିବା ବିଜୟାଶାନ୍ତି ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଥିଲେ। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜୋର୍‌ସୋର୍‌ରେ ଉଦ୍ୟମ କରୁଥିବା ବେଳେ ବିଜୟାଶାନ୍ତିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କଂଗ୍ରେସକୁ ଶକ୍ତି ଯୋଗାଇବ।

ଦକ୍ଷିଣ ଭାରତୀୟ ସିନେମାରେ ବିଜୟାଶାନ୍ତି ଜଣେ ଲୋକପ୍ରିୟ ଫିଲ୍ମ ଷ୍ଟାର୍। ୧୯୯୭ରେ ସେ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତେଲେଙ୍ଗାନା ଗଠନ ଆନ୍ଦୋଳ ଚାଲିଥିବା ବେଳେ ସେ ବିଜେପି ଛାଡ଼ି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦଳ ଟିଆର୍‌ଏସ୍‌(ବର୍ତ୍ତମାନ ବିଆର୍‌ଏସ୍‌)ରେ ଯୋଗ ଦେଇଥିଲେ। ସେତେବେଳେ ଆନ୍ଧ୍ରପ୍ରଦେଶ ଠାରୁ ଅଲଗା ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଲଢ଼େଇ ଜାରି ରଖିଥିଲେ କେସିଆର୍‌।

ଟିଆର୍‌ଏସ୍ ଟିକେଟ୍‌ରୁ ୨୦୦୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବଜୟାଶାନ୍ତି। ଏହାପରେ ଆନ୍ଧ୍ର ପ୍ରଦେଶ ଭାଗ ହୋଇ ତେଲେଙ୍ଗାନା ହେବା ପରେ ବିଜୟ ଶାନ୍ତି ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ।

{"id":871456,"sizeSlug":"full","linkDestination":"none"}

ପଢ଼ନ୍ତୁ-ନେତନ୍ୟାହୁଙ୍କୁ ଗୁଳି କରି ହତ୍ୟା କରିଦେବା ଉଚିତ୍: କଂଗ୍ରେସ ସାଂସଦ

ସଂକ୍ଷେପରେ ବିଜୟାଶାନ୍ତିଙ୍କ ଫିଲ୍ମ କ୍ୟାରିୟର

ବିଜୟ ଶାନ୍ତି ତେଲଗୁ, ତାମିଲ, ହିନ୍ଦୀ ଓ ମାଲାୟଲମ ସିନେମାରେ ଅଭିନୟ କରିଛନ୍ତି। କର୍ତ୍ତବ୍ୟମ୍‌ରେ ଜଣେ ପୁଲିସ ଅଫିସର ଭାବରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବିଜୟାଶାନ୍ତିଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ଈଶ୍ୱର ଓ ଅପରାଧି ଫିଲ୍ମରେ ସେ ଅନୀଲ କପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସେହିପରି ଗୁଣ୍ଡାଗର୍ଦିରେ  ମଧ୍ୟ ସେ ଧର୍ମେନ୍ଦ୍ର ସହ ଅଭିୟନ କରିଛନ୍ତି।

ତେଲେଙ୍ଗାନା ନିର୍ବାଚନ

ସୂଚନା ଥାଉକି ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ହେବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ। ୨୦୧୮ ନିର୍ବାଚନରେ କେସିଆର୍‌ଙ୍କ ଆର୍‌ଏସ୍‌ ୧୧୯ ଆସନରୁ ୮୮ ଆସନ ଜିତିଥିଲା। ୪୭.୪ ପ୍ରତିଶତ ଭୋଟ ପାଇଥିଲା। ଏହାପରେ କଂଗ୍ରେସ ମାତ୍ର ୧୯ ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.