Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଠକାମୀର ଶିକାର ହେଲେ ଟାଇଗର ଶ୍ରଫ୍‌ଙ୍କ ମାଆ ଆୟଶା, ୫୮ଲକ୍ଷରୁ ଅଧିକ ଟଙ୍କା ଲୁଟ୍

9/06/2023 at 8:18 PM

ମୁମ୍ବାଇ: ଠକାମିର ଶିକାର ହେଲେ ବଲିଉଡ୍ ହିରୋ ଟାଇଗର ଶ୍ରଫ୍‌ଙ୍କ ମାଆ ଆୟଶା ଶ୍ରଫ୍। ପୁଅ ଟାଇଗରଙ୍କର ଫାର୍ମରେ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିବା ଜଣେ କିକ୍‌ବକ୍ସର ଆୟଶାଙ୍କ ଠାରୁ ୫୮.୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ମୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ସୂଚନା ଦେଇଛି।

ଶାନ୍ତାକ୍ରୁଜ୍ ପୁଲିସ୍ ଷ୍ଟେସନ୍ ଆୟଶା ରୁଜୁ କରିଥିବା ମାମଲା ଅନୁସାରେ, ଠକିଥିବା କିକ୍‌ବକ୍ସିଂ ଆସୋସିଏସନ୍ ଫାଇଟର ହେଲେ ଏଲନ ଫର୍ଣ୍ଣାଣ୍ଡିସ୍‌। ସେ ଟାଇଗର ଶ୍ରଫ୍‌ଙ୍କ ଏମ୍‌ଏମ୍‌ଏ ମାଟ୍ରିକ୍ସ କମ୍ପାନୀରେ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। କମ୍ପାନୀ ଲୋକଙ୍କୁ ମିକ୍ସ ମାର୍ସଲ୍ ଆର୍ଟର ଟ୍ରେନିଂ ଦେଉଥିଲା। ଟାଇଗର୍ ଶ୍ରଫ୍‌ଙ୍କ ମାଆ ଏହାର ପ୍ରଶାସନିକ ଦାୟିତ୍ୱ ସମ୍ବାଳୁଥିଲେ।

Actor Tiger Shroff's Mother Cheated Of Rs 58 Lakh, Files Police Complaint

ପଢ଼ନ୍ତୁ –ଜ୍ୟାକି ଶ୍ରଫ୍ କହିଲେ, ଟାଇଗରଙ୍କ ପିଲାଦିନ ସ୍ବପ୍ନ ହେଲା ପୁରା, ମା’ଙ୍କୁ ଉପହାର ଦେଲେ…

ଟାଇଗରଙ୍କ ମାଆ ଏଫ୍‌ଆଇଆର୍‌ରେ ଲେଖିଛନ୍ତି “ ୨୦୧୮ରେ ଏଲନ ଫର୍ଣ୍ଣାଣ୍ଡିସ୍‌ ଏମ୍‌ଏମ୍‌ଏସ୍‌ ମାଟ୍ରିକ୍ସ ଫାର୍ମରେ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଫାର୍ମ ଦ୍ୱାରା ସେ ଭାରତ ଓ ବାହାରେ ୧୧ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଟଙ୍କା ଆଦାୟ କରି ନିଜ ଆକାଉଣ୍ଟରେ ୫୮.୫୩ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ।” ମେ ୩ ତାରିଖରେ ଆୟଶା ଏହି ଅଭିଯୋଗ କରିଥିବା ବେଳେ ଫର୍ଣ୍ଣାଣ୍ଡିସ୍‌ଙ୍କ ବିରୋଧରେ ଠକେଇ ଅଭିଯୋଗରେ ଆଇପିସି ଧାରା ଲାଗୁ କରାଯାଇଛି।

Mumbai: Ayesha Shroff duped of Rs 58L by staffer in son Tiger's martial  arts firm

   Related Posts