ସୁଶାନ୍ତ ସିଂହ ଛାଡିଲେ ସାବଧାନ ଇଣ୍ଡିଆ , CAA ବିରୋଧରେ କମେଣ୍ଟ ନେଇ ଶୋ'କୁ କହିଲେ ଗୁଡ୍‌ବାଏ…

Published By : Prameya-News7 Bureau | December 17, 2019 IST

ମୁମ୍ବାଇ୧୭|୧୨: ସାବଧାନ ଇଣ୍ଡିଆରେ ଉପସ୍ଥାପକ ଭାବେ ନଜର ଆସୁଥିବା ସୁଶାନ୍ତ ସିଂହ ଶୋ ଛାଡିବା ବିଷୟରେ ଟୁଇଟ୍‌ କରି ଘୋଷଣା କରିଛନ୍ତି। ସୁଶାନ୍ତୁ ସିଂହ ସଂଶୋଧିତ ନାଗରିକତା ଆଇନ ବିରୋଧରେ ହେଉଥିବା ଆନ୍ଦୋଳନରେ ଭାଗ ନେଇଥିଲେ। ଅଭିନେତା ସୁଶାନ୍ତ ନିକଟରେ ନିଜ ଟୁଇଟର ଆକାଉଣ୍ଟରୁ ଟୁଇଟ୍‌ କରି ଶୋ ଛାଡୁଥିବା ବିଷୟରେ ସୂଚନା ଦେଇଛନ୍ତି, ସେ ଏବେ ଶୋ’(Savdhaan India)ରେ ନଜର ଆସିବେ ନାହିଁ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

{"id":198891,"sizeSlug":"large"}

ଏହା ସହ ସୁଶାନ୍ତ ଲେଖିଛନ୍ତି ଯେ, ସାବଧାନ ଇଣ୍ଡିଆ ଏକ କ୍ରାଇମ୍‌ ଶୋ ଯେଉଁଥିରେ ସେ ଅନେକ ଦିନରୁ ହୋଷ୍ଟ ଭାବେ ମଜର ଆସିଛନ୍ତି । ୨୦୧୧ ମସିହାରେ ସୁଶାନ୍ତ ଏହି ଶୋ ହୋଷ୍ଟ କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ଟୁଇଟ୍‌ରେ ଅନେକ ଫ୍ୟାନ୍ସ ନିଜ ନିଜ କମେଣ୍ଟରେ ତାଙ୍କୁ ସ୍ୟାଲୁଟ୍‌ କରିଛନ୍ତି ।ଫ୍ୟାନ୍ସଙ୍କ ଅନୁସାରେ ସଂଶୋଧିତ ନାଗରିକତା ଆନ୍ଦୋଳନରେ ଭାଗ ନେଇଥିବାରୁ ତାଙ୍କୁ ଶୋର ଲୋକେ ସମର୍ଥନ କରି ନଥିଲେ।

{"id":198892,"sizeSlug":"large"}

ସଂଶୋଧିତ ନାଗରିକତା ଆଇନ ନେଇ ଦେଶର ଅନେକ ରାଜ୍ୟର ଲୋକେ ଏହାକୁ ବିରୋଧ କରୁଛନ୍ତି। ଦିଲ୍ଲୀର ଜାମିୟା ନଗର ଓ Jamia Millia Islamia Universityର ଛାତ୍ରମାନେ କଡା ବିରୋଧ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ ଏନେଇ ଯେତେବେଳେ ମୁମ୍ବାଇର କଲେଜ ଛାତ୍ରମାନେ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ ସେହି ସମୟରେ ସୁଶାନ୍ତ ମଧ୍ୟ ଛାତ୍ରମାନଙ୍କ ସମର୍ଥନରେ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସେ ପିଲାମାନଙ୍କ ସପକ୍ଷରେ ଥିବାରୁ ତାଙ୍କୁ ଅନେକ କିଛି ହରାଇବାକୁ ପଡିବ ବୋଲି କୁହାଯାଇଥିଲା।

{"id":198896,"sizeSlug":"large"}

ତଥାପି ସେ ପଛଘୁଞ୍ଚା ଦେଇ ନଥିଲେ। ଏଥିପାଇଁ ଫ୍ୟାନ୍ସ ତାଙ୍କୁ ସ୍ୟାଲୁଟ୍‌ କରିଥିଲେ। ପରବର୍ତ୍ତି ସମୟରେ ଜଣା ପଡିଥିଲା ଯେ, ସେ ଏବେ ସାବଧାନ ଇଣ୍ଡିଆର ହୋଷ୍ଟ ନାହାନ୍ତି। ଦର୍ଶକ କମେଣ୍ଟରେ ସୁଶାନ୍ତଙ୍କ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏଭଳି ପ୍ରତିଭାକୁ ନିହାତି ଭାବେ କିଛି ଭଲ ସୁଯୋଗ ମିଳିବ ବୋଲି ଫ୍ୟାନ୍ସ କହିଛନ୍ତି। ତେବେ ସୁଶାନ୍ତଙ୍କ ପାଇଁ ଆଗାକୁ କିଛି ଭଲ ଅଛି ନା ନାହିଁ ତାହା ସମୟ କହିବ। ହେଲେ ଏବେ ସେ ଦର୍ଶକଙ୍କ ନଜରରେ ହିରୋ ପାଲଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.