ନୂଆଦିଲ୍ଲୀ, ୨୭/୧୨: ଏୟାରପୋର୍ଟରେ ହଟାହଟା ହେଲେ ସାଉଥ୍ ଅଭିନେତା ସିଦ୍ଧାର୍ଥ। ମଙ୍ଗଳବାର ସିଦ୍ଧାର୍ଥ ଏବଂ ତାଙ୍କ ପରିବାର ଲୋକଙ୍କୁ ତାମିଲନାଡୁ ମଦୁରାଇ ଏୟାରପୋର୍ଟରେ ପ୍ରାୟ ୨୦ ମିନିଟ୍ ଧରି ହଇରାଣ ହେବାକୁ ପଡ଼ିଛି। ସିଦ୍ଧାର୍ଥ ତାମିଲ୍ ଏବଂ ତେଲୁଗୁ ଭାଷାରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଏବଂ ଅଭିନୟ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ତେବେ ଅଭିନେତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଏୟାରପୋର୍ଟରେ ଥିବା ସୁରକ୍ଷା ଅଧିକାରୀ ତାଙ୍କୁ ଏବଂ ତାଙ୍କ ପ୍ୟାରେଣ୍ଟ୍ସଙ୍କୁ ବ୍ୟାଗ୍ରୁ କଏନ ବାହାର କରିବାକୁ କହିଥିଲେ। ଇଂରାଜୀରେ କଥାହେବାକୁ କହିବା ପରେ ବି ସେମାନେ ବାରମ୍ବାର ହିନ୍ଦୀରେ କଥା ହେଉଥିଲେ। ଆଉ ଯେତବେଳେ ସେ ଏହାର ବିରୋଧ କରିଥିଲେ, ଭାରତରେ ଏଭଳି ହୋଇଥାଏ ବୋଲି ସୁରକ୍ଷା ଅଧିକାରୀ କହିଥିଲେ ବୋଲି କହିଛନ୍ତି ସିଦ୍ଧାର୍ଥ। ପ୍ରାୟ ୨୦ ମିନିଟ୍ ଧରି ଏଭଳି ହଇରାଣ କରାଯାଇଥିଲା ବୋଲି ସେ କହିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିବା ପରେ ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି।