ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ନିର୍ମାତା ଅନିସ୍‌ ବାଜମୀଙ୍କ ସହ ଧମାଲ କରିବେ ସାହିଦ, ଏହି ଫିଲ୍ମରେ ଆସିବେ ନଜର

20/11/2022 at 8:04 AM

ମୁମ୍ଵାଇ ୨୦।୧୧: ‘ୱେଲକମ୍‌ , ‘ନୋ ପ୍ରୋବଲେମ୍‌’ ଏବଂ ‘ସିଂ ଇଜ୍ କିଙ୍ଗ୍’ ଭଳି ଲୋକପ୍ରିୟ କମେଡି ଫିଲ୍ମ ଦେଉଥିବା ଅନିସ୍ ବାଜମୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ଭୁଲ ଭୁଲେୟାଁ-୨ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା। ଏହା ସହ ନିକଟରେ ଜାଣିବାକୁ ମିଳିଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ଅଭିନେତା ଭାବରେ ବିବେଚିତ ସାହିଦ କପୁରଙ୍କ ସହ ଅନିସ୍ ବାଜମୀ ପ୍ରଥମ ଥର ପାଇଁ ଧମାଲ କରିବାକୁ ଯାଉଛନ୍ତି।

ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ, ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତା ସାହିଦ କପୁର ଏବଂ ଭେଟେରାନ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନିସ୍ ବାଜମି ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି। ସାହିଦ ଚଳଚ୍ଚିତ୍ର ନିର୍ମାତା ଅନିସ୍‌ଙ୍କ ସହ କାମ କରିବାକୁ ଉତ୍ସାହିତ ଥିବା ସହ କୁସି ମଧ୍ୟ ଅଛନ୍ତି। ତାଙ୍କ ଚଳଚ୍ଚିତ୍ରର ସୁଟିଂ ୨୦୨୩ ବର୍ଷର ପ୍ରଥମ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ସାହିଦ କପୁରଙ୍କ ସହ ସୁଟିଂ କରିବା ପୂର୍ବରୁ ଅନିସ୍ ଭିକି କୌଶଲଙ୍କ ସହ ପରବର୍ତ୍ତୀ ଚଳଚ୍ଚିତ୍ର ଆରମ୍ଭ କରିଥାନ୍ତେ, କିନ୍ତୁ ତାରିଖ ସମସ୍ୟା ହେତୁ ପ୍ରୋଜେକ୍ଟରେ ବିଳମ୍ଵ ହୋଇଗଲା। ତେବେ ଅନିସ୍‌ ଭିକିଙ୍କ ସହ ଆଉ ଏକ ଫିଲ୍ମ କରିବାକୁ କହିଛନ୍ତି। ଅନିସ୍ ଏବଂ ସହିଦଙ୍କ ଫିଲ୍ମ ଏକ ସୁପରହିରୋ ଡ୍ରାମା ଉପରେ ହେବ। ଏହା ବ୍ୟତୀତ, ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଅନିସ୍ ବାଜମୀ ‘ହେରା ଫେରି’ ‘ଏବଂ’ ଭୁଲ ଭୁଲେୟାଁ ” ମଧ୍ୟରୁ କୌଣସି ଗୋଟିଏ କାମ ଆରମ୍ଭ କରିପାରିବେ। ଉଭୟ ଫିଲ୍ମ ମଧ୍ୟରୁ ପ୍ରଥମେ କେଉଁ ଫିଲ୍ମ ଆରମ୍ଭ ହେବ ତାହା କେବଳ ଆଗାମୀ ସମୟରେ ଜଣାପଡିବ ।  

   Related Posts