ଗାର୍ଲଫ୍ରେଣ୍ଡ ରୁଚିକା କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଶାହୀର୍ ଶେଖ୍
28/11/2020 at 2:59 PM

ମୁମ୍ବାଇ ୨୮/୧୧ : ଛୋଟ ପରଦାର ଲୋକପ୍ରିୟ ଅଭିନେତା ଶାହୀର ଶେଖ ଓ ରୁଚିକା କପୁର କୋର୍ଟରେ ବିବାହ କରିଛନ୍ତି। ବିବାହ ସମୟର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ନିଜ ବାହାଘରରେ ଶାହୀର ଏକ ସିମ୍ପଲ କୁର୍ତ୍ତା ପାଇଜାମା ଓ ରୁଚିକା ଏକ ହାଲୁକା ଆକାଶୀ ରଙ୍ଗର ସଲୱାର ସୁଟ୍ ପିନ୍ଧିଥିଲେ। ଭାଇରାଲ ହୋଇଥିବା ଫଟୋରେ ଉଭୟ ବହୁତ ଖୁସି ଥିବା ନଜର ଆସୁଛନ୍ତି।

ଉଭୟଙ୍କ ବାହାଘରରେ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ରେ ଶାହୀରଙ୍କ ମା’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁପ୍ରିୟା ପିଲଗାଓଁକାର ସାମିଲ ହୋଇଥିଲେ। ସେ କୋର୍ଟକୁ ଯାଇ ଦୁହିଁଙ୍କୁ ଆଶୀର୍ବାଦ ଦେଇଥିଲେ।

ଶାହୀର ବାହାଘରର ଏକ କ୍ଲୋଜ-ଅପ ଫଟୋ ସେୟାର କରିଛନ୍ତି, କିନ୍ତୁ ବ୍ଲର ଫଟୋ। ଫଟୋ ସହ ସେ ୧୯୭୨ର ଫିଲ୍ମ ‘ପାକିଜା’ର ଗୀତ ମଧ୍ୟ ଲେଖିଛନ୍ତି। ରୁଚିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାହାଘର ପରର ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ନିଜ ଖୁସି ଜାହିର କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଖୁସିରେ ପାଗଳ ହୋଇଗଲେଣି।

ଶାହୀର ଓ ରୁଚିକାଙ୍କ ଆଉ କିଛି ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେମାନେ ଜୋରଜୋରରେ ହସୁଥିବା ନଜର ଆସିଛନ୍ତି ଏବଂ ଫଟୋ ପାଇଁ ପୋଜ ମଧ୍ୟ ଦେଇଛନ୍ତି। ତାଙ୍କ ଫଟୋରେ ଟିଭି ଓ ଫିଲ୍ମ ପ୍ରଯୋଜକ ଏକତା କପୁର କମେଣ୍ଟ କରିଛନ୍ତି ଏବଂ ଆଶ୍ଚର୍ଯ୍ୟ ହୋଇ ଶୁଭକାମନା ମଧ୍ୟ ଦେଇଛନ୍ତି।

ଏକତା କପୁର ଲେଖିଛନ୍ତି, ‘ତୁମେମାନେ ବାହା କେବେ ହେଲ ???’ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଶାହୀର ଶେଖଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘ମୁବାରକ ହୋ ମେରୀ ଡାର୍ଲିଂଗ, ବହୁତ ସୁନ୍ଦର’

ଶାହୀର ଶେଖ ନିକଟରେ ଅଭିନେତ୍ରୀ ରୁଚିକା କପୁରଙ୍କ ସହ ନିଜ ସମ୍ପର୍କକୁ ନେଇ ଖୁଲାସା କରିଥିଲେ। ଉଭୟ ବହୁତ ଦିନ ହେଲା ପରସ୍ପରକୁ ଡେଟ କରୁଥିଲେ।