୫ ବର୍ଷ ପରେ ଏବେ ପୁଣିଥରେ ଏକାଠି ହେବେ ଶାହରୁଖ ଏବଂ ଆଲିଆ ଭଟ୍ଟ... ଶୀଘ୍ର ଆରମ୍ଭ ହେବ ସୁଟିଂ

Published By : Prameya-News7 Bureau | February 16, 2021 IST

ମୁମ୍ବାଇ ୧୬/୦୨ : ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣିଥରେ ଏକାଠି ହେଲେ ଆଲିଆ ଭଟ୍ଟ ଏବଂ ଶାହରୁଖ ଖାନ । ଏହି ଯୋଡି ପୂର୍ବରୁ ୨୦୧୬ରେ ଫିଲ୍ମ ‘ଡିୟର ଜିନ୍ଦେଗୀ’ରେ ଏକାଠି କାମ କରିସାରିଛନ୍ତି । ଫିଲ୍ମ ‘ଡିୟର ଜିନ୍ଦେଗୀ’ କରନ ଜୋହର ଏବଂ ଶାହରୁଖ ଖାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା, କିନ୍ତୁ ଏଥର ଆଲିଆ ଭଟ୍ଟଙ୍କ ନୂଆ ଫିଲ୍ମ କେବଳ ଶାହାରୁଖ ଖାନଙ୍କ ଦ୍ୱାରା ନିର୍ମିତ ହେବ ।

{"id":409786,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ଯେଉଁ ଚଳଚ୍ଚିତ୍ର ପାଇଁ ଆଲିଆ ଭଟ୍ଟ ହଁ କହିଛନ୍ତି, ତାହା ମୁମ୍ବାଇରେ ରହୁଥିବା ଏକ ମଧ୍ୟବିତ୍ତ ପରିବାରର କାହାଣୀ । ଏହି କାହାଣୀର କେନ୍ଦ୍ରବିନ୍ଦୁ ପରିବାରକୁ ଚଳାଉଥିବା ମା’ ହେବେ ଏବଂ  ଆଲିଆ ଭଟ୍ଟଙ୍କୁ ଏହି ଚରିତ୍ରର ଝିଅ ଭୂମିକାରେ ଅଭିନୟ କରିବାକୁ ପଡିବ । ମା ଭୂମିକାରେ ଅଭିନୟ କରିବାକୁ ଅଭିନେତ୍ରୀ ଶେଫାଲୀ ଶାହାଙ୍କୁ ସାଇନ୍ କରାଯାଇଛି । ଝିଅ ଭୂମିକା ପାଇଁ ଆଲିଆ କାହାଣୀ ଶୁଣିବା ମାତ୍ରେ ହଁ କରିଦେଇଛନ୍ତି ।

{"id":409787,"sizeSlug":"large","linkDestination":"none"}

ଶାହରୁଖ ଖାନଙ୍କ କମ୍ପାନୀ ରେଡ୍ ଚିଲିଜ୍ ଆଲିଆ ଭଟ୍ଟ ଏବଂ ଶେଫାଲୀ ଶାହାଙ୍କୁ ନେଇ ଯେଉଁ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ସେଥିରେ ଶାହରୁଖ ଖାନ କେବଳ ନିର୍ମାତା । ଏଥର ଉଭୟ ପରଦାରେ ଏକାଠି ଦେଖାଯିବେ ନାହିଁ।  କିନ୍ତୁ ପ୍ରପୋଜାଲ ଫାଇନାଲ ହେବା ସହିତ ଏହା ମଧ୍ୟ ସ୍ଥିର ହୋଇଛି ଯେ, ଆଲିଆ ଭଟ୍ଟ ନିଜର ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ପୁରଣ କରିବା ପରେ ' ଇନ୍ସା ଆଲ୍ଲା'ରେ କାମ କରିବେ ନାହିଁ, ପ୍ରଥମେ ଡେଟ୍ ରେଡ୍ ଚିଲିଜ୍ କୁ ଦେବେ ।

{"id":409788,"sizeSlug":"large","linkDestination":"none"}

ଆଲିଆ ଭଟ୍ଟଙ୍କ ପୂର୍ବ ଫିଲ୍ମ 'ସଡକ ୨' ସିଧାସଳଖ ଓଟିଟି ରେ ରିଲିଜ ହୋଇଥିଲା ଏବଂ ଟ୍ରେଲର ଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ଏହାର ଟିଜର ଡିଜିଟାଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲା । ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ସବୁଠାରୁ ନାପସନ୍ଦ କରାଯାଉଥିବା ଭିଡିଓର ରେକର୍ଡ ସୃଷ୍ଟି କରିଥିଲା ।  ଆଲିଆଙ୍କର ଅନ୍ୟ ଏକ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ଶେଷ ହୋଇଯାଛି ଏବଂ ଏହାର ଏଡିଟିଂ ମଧ୍ୟ ଫାଷ୍ଟ କଟ୍ ପର୍ଯ୍ୟନ୍ତ ଶେଷ ହୋଇଥିବା କୁହାଯାଉଛି ।

{"id":409789,"sizeSlug":"large","linkDestination":"none"}

ରେଡ୍ ଚିଲିଜ୍ ସହିତ ନିର୍ମିତ ହେବାକୁ ଥିବା ଆଲିଆଙ୍କ ଫିଲ୍ମର ନାମ 'ଡାର୍ଲିଙ୍ଗ୍' ରଖାଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଜସମିତ୍ କେ ରେନ୍ ଙ୍କୁ ଦିଆଯାଇଛି, ଯିଏ ପୂର୍ବରୁ 'ଫୋର୍ସ ୨', 'ଫନ୍ନେ ଖାନ' ଏବଂ 'ପତି ପାତ୍ନୀ ଔର ୱୋ' ଭଳି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହ ଜସମିତ କିଛି ବଡ ଫିଲ୍ମରେ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.