ଅଭିନେତା ସତୀଶ କୌଶିକଙ୍କ ପରଲୋକ, ଟ୍ୱିଟ୍ କରି ଜଣାଇଲେ ଅନୁପମ୍ ଖେର୍
9/03/2023 at 7:20 AM

ମୁମ୍ବାଇ ୦୯।୦୩ : ସିନେ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ୬୬ ବୟସରେ ସତୀଶ ନେଇଛନ୍ତି ଶେଷ ନିଶ୍ୱାସ । ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ଅନୁପନ ଖେର୍ ସତୀଶଙ୍କ ଦେହାନ୍ତ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ।
जानता हूँ “मृत्यु ही इस दुनिया का अंतिम सच है!” पर ये बात मैं जीते जी कभी अपने जिगरी दोस्त #SatishKaushik के बारे में लिखूँगा, ये मैंने सपने में भी नहीं सोचा था।45 साल की दोस्ती पर ऐसे अचानक पूर्णविराम !! Life will NEVER be the same without you SATISH ! ओम् शांति! 💔💔💔 pic.twitter.com/WC5Yutwvqc
— Anupam Kher (@AnupamPKher) March 8, 2023
ଅଭିନେତା ଅନୁପମ ଖେର୍ ଟ୍ବିଟ୍ କରି ସତୀଶ କୌଶିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନୁପମ ଖେର୍ ତାଙ୍କ ଟ୍ବିଟ୍ ରେ ଲେଖିଛନ୍ତି ଯେ ତାଙ୍କର ୪୫ ବର୍ଷର ବନ୍ଧୁତାରେ ପୂର୍ଣ୍ଣବିରାମ ପଡ଼ିଛି। ସତୀଶ କୌଶିକ ହେଉଛନ୍ତି ବଲିଉଡ୍ ର ପ୍ରସିଦ୍ଧ ଅଭିନେତା, କମେଡିଆନ୍ , ସ୍କ୍ରିପ୍ଟ ରାଇଟର୍, ନିର୍ଦ୍ଦେଶକ ଓ ନିର୍ମାତା ଭାବେ ଜଣାଶୁଣା।
“Actor Satish Kaushik passes away,” tweets Actor Anupam Kher pic.twitter.com/aNze6eILzK
— ANI (@ANI) March 9, 2023
୧୯୬୫ ଏପ୍ରିଲ ୧୩ରେ ସତୀଶ କୌଶିକଙ୍କ ହରିୟାଣାରେ ଜନ୍ମ ହୋଇଥିଲା। ବଲିଉଡ୍ ରେ ସୁଯୋଗ ପାଇବା ପୂର୍ବରୁ ସେ ଥିଏଟରରେ କାମ କରୁଥିଲେ। ୧୯୮୭ରେ ଫିଲ୍ମ ମିଷ୍ଟର ଇଣ୍ଡିଆରେ ତାଙ୍କୁ ବେଶ୍ ପରିଚୟ ମିଳିଥିଲା। ୧୯୯୭ରେ ଦିୱାନା ମସ୍ତାନାରେ ପପ୍ପୁ ପେଜର୍ ଭୂମିକାରେ ଅଭିନୟ କରିଥିଲେ ସତୀଶ କୌଶିକ। ପରେ ସତୀଶ କୌଶିକ ୧୯୯୦ରେ ରାମ ଲଖନ ଏବଂ ୧୯୯୭ରେ ସାଜନ୍ ଚଲେ ଶସୁରାଲ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିଲେ। ସେ ଏକାଧାରାରେ ଅଭିନେତା, କମେଡିଆନ୍, ସ୍କ୍ରିପ୍ଟ ରାଇଟର, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବେ ବେଶ୍ ଜଣାଶୁଣା । ସତୀଶଙ୍କ ଦେହାନ୍ତ ବଲିଉଡ୍ ପାଇଁ ଝଟ୍କା ବୋଲି ଫିଲ୍ମ ସମୀକ୍ଷକମାନେ କହିଛନ୍ତି ।