Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

‘ନୁକ୍କଡ’ ଫେମ୍‌ ସମୀର ଖକ୍କରଙ୍କ ଦେହାନ୍ତ, ୭୧ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

15/03/2023 at 10:57 AM

ମୁମ୍ଵାଇ ୧୫।୦୩: ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କର। ସେ ଆଉ ଆମ ସହିତ ନାହାଁନ୍ତି । ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ କରିଛନ୍ତି। ସମୀର ଖକ୍କର ୮୦ ଦଶକରେ ଦୁରଦର୍ଶନର ଲୋକପ୍ରିୟ ସିରିଏଲ ନୁକ୍କଡ (୧୯୮୬) ରେ ମଦ୍ୟପ ବ୍ୟକ୍ତି ଚରିତ୍ର ‘ଖୋପଡି’ର ଅଭିନୟ ପାଇଁ ଜଣାଶୁଣା । ଏନେଇ ସମୀରଙ୍କ ଭାଇ ଗଣେଶ ଖକ୍କର ସମୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ମଧ୍ୟ ଅଭିନେତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ସମୀର ଖକ୍କରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଗତକାଲି ଅପରାହ୍ନରେ ତାଙ୍କୁ ବୋରିବଲୀ ଏମ୍ଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା, ସେଠାରେ ସେ ଚେତା ପଳାଇଯାଇଥିଲା। ସେହି ସମୟରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ପରେ ଏକାଧିକ ଅଙ୍ଗ ଫେଲିୟର ହେତୁ ଆଜି ସକାଳ ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଶେଷ ରୀତିନୀତି ବୋରିବାଲୀର ବାଭଇ ନାକା ଶଶ୍ମାନରେ ଅନୁଷ୍ଠିତ ହେବ ।

କହିବାକୁ ଗଲେ ସମୀର ଖକ୍କର ମୁମ୍ବାଇର ଆଇସି କଲୋନୀରେ ଏକାକୀ ରହୁଥିଲେ। ସମୀର ଖକ୍କରଙ୍କ ପତ୍ନୀ ଆମେରିକାରେ ରୁହନ୍ତି। ତାଙ୍କୁ ଶେଷ ଥର ପାଇଁ ଆମାଜନ୍ ପ୍ରାଇମ୍ ରିଲିଜ୍ ହୋଇଥିବା ସିରିଜ୍ ‘ଫାର୍ଜି’ରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୟ କ୍ୟାରିୟରର ୩୮ ବର୍ଷରେ ବିଭିନ୍ନ ଟିଭି ଶୋ ଏବଂ ଚଳଚ୍ଚିତ୍ରର ଏକ ଅଂଶ ଥିଲେ ।

   Related Posts