oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବିବାହକୁ ନେଇ ପ୍ରଥମ ଥର ଏଭଳି କହିଲେ ସଲମାନ, ଏମିତି ଝିଅକୁ ବିବାହ କରିବି ଯିଏ…

13/01/2021 at 4:03 PM

ମୁମ୍ବାଇ ୧୩।୧: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜର ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଏମିତି ଜଣେ ସେଲିବ୍ରିଟି ବିବାହକୁ ନେଇ ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଇଥାଏ । ସଲମାନ ଫିଲ୍ମ  ‘ମୈନେ ପ୍ୟାର କିୟା’ ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ସେ ସବୁବେଳେ ତାଙ୍କ କୋ-ଷ୍ଟାରମାନଙ୍କ ସହ ଲଭ୍ ଲାଇଫ୍ ଓ ରିଲେସନ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଯେବେ କୁହନ୍ତି ସଲମାନ କେବେ ବିବାହ କରିବେ, ବିବାହ କରି ପଇସା ବରବାଦ କରିବା କଥା କହି ପ୍ରଶ୍ନକୁ ଏଡାଇ ଯାଆନ୍ତି ।

ସଲମାନ୍ ଖାନ୍ ଏକ ମାଗାଜିନ୍ ରେ ଦେଇଥିବା ସାକ୍ଷାତକାରରେ ତାଙ୍କ ବିବାହ ସଂପର୍କରେ ଖୋଲି କହିଛନ୍ତି । ତାଙ୍କ ଜାବନରେ ସେ କିଭଳି ପାର୍ଟନର ଚାହୁଁଛନ୍ତି ତାହା ସେ କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏମିତି ଝିଅକୁ ବିବାହ କରିବାକୁ ଚାହୁଁଛି ଯିଏ ମୋ ଭଳି ହୋଇଥିବ ଏବଂ ମୁଁ ତାକୁ ସେଇ ଜିନିଷ ଦେଇପାରିବି ଯାହା ସେ ତାଙ୍କ ବାପା-ମା ଘରେ ପାଇନଥିବ ।’ ଯେତେବେଳେ ତାଙ୍କ ନାଁ ସଂଗୀତା ବିଜଲାନିଙ୍କ ସହ ଯୋଡ଼ା ଯାଇଥିଲା ସେତେବେଳେ ସେ ଏ କଥା କହିଥିଲେ ଏବଂ ତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଥିଲେ ।  

ଉଲ୍ଲେଖଯୋଗ୍ୟ ଯେ, ସଲମାନ ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ ‘ରାଧେ: ପ୍ୟାର ମୋଷ୍ଟ ୱାଣ୍ଟେଡ ଭାଇ’ ରେ ନଜର ଆସିବେ । ତାଙ୍କର ଏହି ଫିଲ୍ମ ଚଳିତ ବର୍ଷ ଇଦ୍ ଅବସରରେ ରିଲିଜ୍ ହେବ । ସେ ଏବେ ଫିଲ୍ମ ‘ଅନ୍ତିମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

   Related Posts