ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ
14/09/2023 at 4:28 PM

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ହୋଇଛି। ଚକ୍ ଦେ ଇଣ୍ଡିଆ, ହ୍ୟାପି ନ୍ୟୁ ୟର, ମର୍ଦାନୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ ରିଓ। ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଗୁଡ଼ଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଅନ୍ତିମ କ୍ରିୟା କରାଯିବ ବୋଲି ଫୈଜଲ ମଲ୍ଲିକ ସୂଚନା ଦେଇଛନ୍ତି। ରିଓ ତାଙ୍କ ପତ୍ନୀ ମାରିଆ ଫାରହ, ପୁଅ ଅମନ ଓ ବୀରଙ୍କ ଏକା କରି ଆରପାରିକୁ ଚାଲିଯାଇଛନ୍ତି ବୋଲି ଫୈଜଲ କହିଛନ୍ତି।

ରିଓ କାପାଡ଼ିଆ ଫିଲ୍ମ କ୍ୟରିୟର
ରିଓ ‘ଖୁଦା ହାଫିଜ୍’, ‘ ଦ ବିଗ୍ ବୁଲ’ ‘ ଏଜେଣ୍ଟ ବିନୋଦ ’ଆଦି ଚଳଚ୍ଚିତ୍ରର ଅଭିୟନ କରିଛନ୍ତି। ମେଡ୍ ଇନ୍ ହେବେନ-୨ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସିନେମାକୁ ଛାଡ଼ିଦେଲେ ରିଓ ଟେଲିଭିଜନ ପରଦାରେ ବି ଜଣେ ଖୁବ୍ ଜଣାଶୁଣା ଚେହେରା। ସପ୍ନେ ସୁହାନେ ଲଡକପନ କେରେ ବି ସେ ଅଭିନୟ କରିଛନ୍ତି। ଏତିସହିତ ସିଦ୍ଧାର୍ଥ ତିୱାରୀଙ୍କ ମହାଭାରତ ରେ ରିଓ ଗାନ୍ଧାରୀଙ୍କ ବାପା ଗାନ୍ଧୀର ନରେଶ ସୁବୁଳଙ୍କ ଭୂମିକାରେ ଅଭିନୟ କରିଥିଲେ।
ପଢ଼ନ୍ତୁ-‘Sholay’ ଫେମ୍ ବୀରବଲ୍ ଖୋସଲାଙ୍କ ଦେହାନ୍ତ, ୫୦୦ରୁ ଅଧିକ ଫିଲ୍ମରେ କରିଛନ୍ତି କାମ