suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ନ୍ୟୁଡ୍ ଫଟୋସୁଟକୁ ନେଇ ରଣବୀରଙ୍କ ବଢିଲା ଅଡୁଆ, ନୋଟିସ ଜାରି କଲା ମୁମ୍ୱାଇ ପୋଲିସ

12/08/2022 at 10:11 PM

ନୂଆଦିଲ୍ଲୀ: ଅଭିନେତା ରଣବୀର ସିଂଙ୍କ ପାଇଁ ବଢିଲା ଅଡୁଆ । ଏକ ମାଗାଜିନ ପାଇଁ ନ୍ୟୁଡ୍ ଫଟୋସୁଟ୍ କରିବା ମାମଲାରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଛି । ଗତ ମାସରେ ରଣବୀର ଏହି ଫଟୋସୁଟକୁ ନେଇ ବେଶ ବିବାଦରେ ଥିଲେ । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ରିପୋର୍ଟ ଅନୁସାରେ ଅଗଷ୍ଟ ୨୨ରେ ହାଜର ହୋଇ ନିଜର ବୟାନ ରଖିବା ପାଇଁ ପୋଲିସ ରଣବୀରଙ୍କୁ ନୋଟିସ ଜାରି କରିଛି । ରିପୋର୍ଟ ଅନୁସାରେ ମୁମ୍ୱାଇ ପୋଲିସ ଅଭିନେତାଙ୍କୁ ନୋଟିସ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା କିନ୍ତୁ ସେହି ସମୟରେ ସେ ଉପସ୍ଥିତ ନଥିଲେ ।

କିଛି ଦିନ ପୂର୍ବେ ରଣବୀର ସିଂ ଏକ ଅନ୍ତର୍ଜାତୀୟ ମାଗାଜିନ ପାଇଁ ନ୍ୟୁଡ ଫଟୋସୁଟ କରାଇଥିଲେ । ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ବେଶ ବିତର୍କ ସୃଷ୍ଟି କରାଇଥିଲା । ବିଭିନ୍ନ ସଂଗଠନ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ। ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା।

ରଣବୀରଙ୍କୁ ଫିଲ୍ମ ଉଦ୍ୟୋଗର ପୂରା ସମର୍ଥନ ମିଳିଥିଲା। ଆଲଆ ଭଟ୍ଟ, ରଣବୀର ସିଂ, ଆମିର ଖାନଙ୍କ ସହ ଅର୍ଜୁନ କପୁର ସମସ୍ତ ରଣବୀରଙ୍କ ଫଟୋସୁଟର ସମର୍ଥନ କରିଥିଲେ।

   Related Posts