oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଫିଲ୍ମ ‘ଆନିମଲ୍’ର ଶୁଟିଂ ଆରମ୍ଭ, ରଶ୍ମିକା ମନ୍ଦାନାଙ୍କ ସହ ମନାଲିରେ ପହଞ୍ଚିଲେ ରଣବୀର କପୁର

22/04/2022 at 5:22 PM

ମୁମ୍ବାଇ ୨୨।୪: ସନ୍ଦୀପ ରେଡ୍ଡୀ ଓ୍ବାଙ୍ଗାଙ୍କ ମ୍ୟାଗ୍ନମ୍ ଅପସ୍ ଦ୍ବାରା ନିର୍ଦ୍ଦେଶିତ ‘ଆନିମଲ୍’ର ଶୁଟିଂ ଆଜିଠାରୁ ଆରମ୍ଭ ହୋଇଛି । ମନାଲିର ବରଫାବୃତ ପାହାଡରେ ଏହାର ଶୁଟିଂ ଆରମ୍ଭ ହୋଇଛି । ଫିଲ୍ମର ଲିଡିଂ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ହିମାଚଳ ପ୍ରଦେଶରେ ଫିଲ୍ମର ପ୍ରଥମ ସିଡ୍ୟୁଲ ଆରମ୍ଭ କରିଛନ୍ତି ।

ଏହି କ୍ରାଇମ୍ ଏବଂ ଡ୍ରାମାରେ ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ପୂର୍ବରୁ ହିଁ ଆଲୋଚନାର ବିଷୟ ପାଲଟିଛି । ଏହି ଫିଲ୍ମ ୨୦୨୩ ଅଗଷ୍ଟ ୧୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍ କରାଯିବ ।

‘ଆନିମଲ୍’ର ନିର୍ମାତା ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ ଓ୍ବାନ୍ ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଓ୍ବାଙ୍ଗାଙ୍କ ଭଦ୍ରକାଲୀ ପିକ୍ଚର ଦ୍ବାରା ପ୍ରସ୍ତୁତ କରାଯାଉଛି ।

   Related Posts