ବାହୁବଳି ଆକ୍ଟର ରାଣା ଡାଗୁବଟ୍ଟୀ ଓ ବାପା ସୁରେସ ବାବୁଙ୍କ ବିରୋଧରେ କୋର୍ଟରେ ମାମଲା

Published By : Prameya-News7 Bureau | February 11, 2023 IST

ହାଇଦ୍ରାବାଦ: ବାହୁବଳି ଆକ୍ଟର ରାଣା ଡାଗୁବଟ୍ଟୀ ଓ ତାଙ୍କ ବାପା ତଥା ତେଲଗୁ ଫିଲ୍ମ ପ୍ରଯୋଜକ ସୁରେଶ ବାବୁଙ୍କ ନାଁରେ ଥାନାରେ ମାମଲା ହୋଇଛି। ଜମି ହଡ଼ପ ଘଟଣାରେ ସୁରେଶ ବାବୁଙ୍କ ବିରୋଧରେ ମାମଲା ହୋଇଛି। ଫିଲ୍ମ ନଗର ହାଇଦ୍ରାବାଦର ଜମି ବିବାଦକୁ ନେଇ ପ୍ରମୋଦ କୁମାର ନାମକ ଜଣେ ବ୍ୟବସାୟୀ ସୁରେଙ୍କ ନାଁରେ ମାମଲା କରିଛନ୍ତି।

ପ୍ରମୋଦ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କୁ ଗୁଣ୍ଡା ଲଗାଇ ତାଙ୍କ ଜାଗାରୁ ତଡ଼ି ଦିଆଯାଇଛି। ଉଭୟ ରାଣା ଓ ତାଙ୍କ ବାପା ସୁରେଶ ତାଙ୍କୁ ଜାଗା ଛାଡ଼ି ଚାଲିଯିବାକୁ ବାରମ୍ବାର ଧମକାଉଥିଲେ ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି। ଅନ୍ୟ ଉପାୟ ନ ପାଇ ଶେଷରେ ବାଧ୍ୟ ହୋଇ ତାଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା ବୋଲି ପ୍ରମୋଦ ଆବେଦନରେ ଦର୍ଶାଇଛନ୍ତି।

ଏହି ଘଟଣାରେ ନାମ୍ପାଲ୍ଲୀ କୋର୍ଟ ସୁରେଶ ବାବୁ, ଡାଗୁବାଟୀ ରାଣା ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖୁବ୍‌ଶୀଘ୍ର କୋର୍ଟ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ନୋଟିସ୍ ମଧ୍ୟ କରିବେ। ଇତିମଧ୍ୟରେ ଅଭିଯୋଗ କର୍ତ୍ତା ଏନେଇ ସାମ୍ବାଦିକ ସମ୍ମଳନୀ କରିବାକୁ ପ୍ରସ୍ତୁତି କରୁଛନ୍ତି।

ସୂଚନା ଥାଉକି, ୨୦୧୭ ମସିହାର ଏକ ଡ୍ରଗ୍ସ ସ୍କାଣ୍ଡାଲ୍ ମାମଲାରେ ସେପ୍ଟେମ୍ବର ୨୦୨୧ ରାଣା ଡାଗୁବାଟୀ ଇଡିର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.