ରଜନୀକାନ୍ତଙ୍କ ଫଟୋ, ନାଁ ଇତ୍ୟାଦି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ, ଓକିଲ ଜାରି କଲେ ନୋଟିସ୍‌

Published By : Prameya-News7 Bureau | January 29, 2023 IST

ନୂଆଦିଲ୍ଳୀ, ୨୯/୦୧: ସୁପରଷ୍ଟାର ରଜନୀକାନ୍ତଙ୍କ ନାମ, ଫଟୋ ଏବଂ କଣ୍ଠସ୍ବରକୁ ନିଜ ପ୍ଲାଟଫର୍ମରେ ଅପଲୋଡ୍ କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ। ରଜନୀକାନ୍ତଙ୍କ ଓକିଲ ଏସ ଇଲାମଭାରତୀ ଏଭଳି ଲୋକଙ୍କ ଉପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଜାରି କରିଛନ୍ତି, ଯେଉଁମାନେ ଅଭିନେତାଙ୍କ ବ୍ୟକ୍ତିତ୍ବ ଏବଂ ସେଲିବ୍ରିଟି ଅଧିକାରର ଦୁରୁପଯୋଗ କରୁଛନ୍ତି। ଏପରି କରି ସେହି ଲୋକମାନେ ଆୟ କରିଥାନ୍ତି କିମ୍ବା ନିଜର ଫଲୋଅର ବଢ଼ାଇଥାନ୍ତି।

ଏହି ନୋଟିସ୍‌ରେ କୁହାଯାଇଛି ରଜନୀକାନ୍ତଙ୍କୁ ଏକ ସେଲିବ୍ରିଟି ମାନ୍ୟତା ରହିଛି ଏବଂ ତାଙ୍କ ବ୍ୟକ୍ତିତ୍ବର ସବୁ ଅଂଶକୁ ପ୍ରଚାର କିମ୍ବା ସେଲିବ୍ରିଟି ଅଧିକାର ରହିଛି। ଏଥିରେ କୁହାଯାଇଛି କେବଳ ଅଭିନେତାଙ୍କ ହିଁ ନିଜ ନାମ, କଣ୍ଠସ୍ବର, ଫଟୋ ଆଦିର ବ୍ୟବସାୟିକ ବ୍ୟବହାର ଉପରେ ନିୟନ୍ତ୍ରଣ ରହିଥାଏ।

ବ୍ୟବସାୟିକ ଉଦ୍ଧେଶ୍ୟରେ ନାମ ଏବଂ ଫଟୋ ବ୍ୟବହାର କରିବା ପାଇଁ ଅବୈଧ:

ଏହି ନୋଟିସ୍‌ରେ ଆହୁରି କୁହାଯାଇଛି ଅନେକ ପ୍ଲାଟଫର୍ମ ଏବଂ କଣ୍ଟେଣ୍ଟ ନିର୍ମାତା ରଜନୀକାନ୍ତଙ୍କ ନାମ, କଣ୍ଠସ୍ବର, ଫଟୋ ଆଦିର ବ୍ୟବହାର ଭୁଲ୍‌ ଉପାୟରେ କରୁଛନ୍ତି। ଏଭଳି ନିଜ ପ୍ଲାଟଫର୍ମ ପାଇଁ କରୁଛନ୍ତି ଫଳରେ ରଜନୀକାନ୍ତଙ୍କ  ଲୋକପ୍ରିୟତାର ଫାଇଦା ତାଙ୍କୁ ମିଳିପାରିବ। ଏହାଦ୍ବାରା ସେମାନେ ଲୋକଙ୍କୁ ନିଜ କଣ୍ଟେଣ୍ଟକୁ କିଣିବା କିମ୍ବା ତାଙ୍କ ପ୍ଲାଟଫର୍ମକୁ ଆଣିବାକୁ ଲୋଭ ଦେଖାଇଥାନ୍ତି। ଏହି ନୋଟିସ୍‌ରେ ଆହୁରି କୁହାଯାଇଛି ରଜନୀକାନ୍ତ ନାମ, ଛବି, ସ୍ବର ଆଦି ଅନୁମତି ବିନା ବ୍ୟବହାର କରିବା ଦ୍ବାରା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.