‘କସୌଟି ଜିନ୍ଦେଗୀ କି’ ଫେମ୍ ପ୍ରାଚୀନ ଚୌହାନ ଗିରଫ

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୦୩/୦୭: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ଟିଭି ଧାରାବାହିକ 'କସୌଟି ଜିନ୍ଦେଗୀ କି' ସହିତ ଛୋଟ ପରଦାରେ ଡେବ୍ୟୁ କରିଥିବା ଅଭିନେତା ପ୍ରାଚୀନ ଚୌହାନଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ଅଭିନେତାଙ୍କୁ ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଗିରଫ କରିଛି।

PunjabKesari

ଖବର ଅନୁଯାୟୀ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୩୪୨, ୩୨୩, ୫୦୬ (୨) ଅନୁଯାୟୀ ପୋଲିସ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଭିନେତାଙ୍କ ଗିରଫ ହେବା ଟିଭି ଇଣ୍ଡଷ୍ଟ୍ରିକୁ ପୁଣି ଥରେ ଚକିତ କରିଛି।

{"width":602,"height":417}
PunjabKesari

ଏହାପୂର୍ବରୁ ଅଭିନେତା ପର୍ଲ ଭି ପୁରୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କିନ୍ତୁ ପରେ ଅଭିନେତା ଜାମିନ ପାଇଥିଲେ। ପର୍ଲ ଭି ପୁରୀ ଗିରଫ ପରେ ଟିଭି ଇଣ୍ଡଷ୍ଟ୍ରି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । କିଛି ସେଲିବ୍ରେଟ୍ ତାଙ୍କୁ ଗୋଟିଏ ପଟେ ସମର୍ଥନ କରୁଥିବାବେଳେ କିଛି ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.