suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଭିନେତା ପରେଶ ରାୱଲ କହିଲେ ଧୋନୀଙ୍କ ଗ୍ଲୋବ୍ସ ବଦଳାଇବା ବଦଳରେ ଆଇସିସି ସୁପରଓଭର ନିୟମ ପରିବର୍ତ୍ତନ କରୁ…

15/07/2019 at 3:46 PM

ନୂଆଦିଲ୍ଲୀ୧୭|୭: ଗତକାଲି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚଟି ବହୁତ ରୋମାଞ୍ଚକ ପୂର୍ଣ୍ଣ ଥିଲା। ସୁପରଓଭର ମଧ୍ୟ ଅମିମାଂସିତ ରହିତିଲା . ତଥାପି ରନ ହାର ୋ ଚୌକା ସଂଖ୍ୟା ଦୃଷ୍ଟିରୁ ଶେଷରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ବକପ ହାତେଇଥିଲା। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୮ ଓ୍ବିକେଟ ପତନରେ ୨୪୧ ରନ ସଂଗ୍ରହ କରିଥିଲା। ଦ୍ବିତୀୟ ଇନିଂସରେ ଇଂଲଣ୍ଡ ୫୦ ଓଭର ଖେଳି ୨୪୧ ରନ ସଂଗ୍ରହ କରିଥିଲା। ଉଭୟ ଦଳର ରନ ସମାନ ଥିବାରୁ ସୁପର ଓଭର ଖେଳିବାକୁ ପଡ଼ିଥିଲା।

ଏହି ସୁପର ଓଭରରେ ବି ଦୁଇ ଟିମ ବରାବର ରନ ସଂଗ୍ରହ କରିଥିଲେ। ଫଳରେ ଇଂଲଣ୍ଡ ଟିମ ଅଧିକ ବଡ଼ ସଟ ଖେଳି ବାଉଣ୍ଡ୍ରି  ଅତିକ୍ରମ କରିଥିବାରୁ ବିଶ୍ବକପର ବିଜେତା ହୋଇଥିଲେ। ବିଶ୍ବକପ ଫାଇନାଲ ମ୍ୟାଚ ପରେ ଆଇସିସି ନିୟମକୁ ନେଇ କ୍ରିକେଟପ୍ରମୀଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଯାଇଛି।  ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଇସିସି ନିୟମକୁ ନିନ୍ଦା କରାଯାଇଛି। ସୁପର ଓଭର ମ୍ୟାଚରେ ମଧ୍ୟ ରନ ସମାନ ଥିଲା, ହେଲେ ଆଇସିସିର ନିୟମ ଅନୁଯାୟୀ ଇଂଲଣ୍ଡ କେମିତି ଜିତିଗଲା ବୋଲି କ୍ରିକେଟପ୍ରେମୀ ପ୍ରଶ୍ନ କରିଛନ୍ତି।   

        

ବଲିଉଡର ବରିଷ୍ଠ କଳାକାର ପରେଶ ରାଓ୍ବାଲ ଟ୍ବିଇଟକରି ଆଇସିସି ନିୟମ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଧୋନିଙ୍କ ଗ୍ଲୋବସ ବଳାଇବା ବଦଳରେ ସୁପର ଓଭର ନିୟମ ବଦଳିବା ନିହାତି ଆବଶ୍ୟକ। ପରେଶଙ୍କ ଏହି କଥାରେ ବହୁ କ୍ରିକେଟପ୍ରେମୀ ମଧ୍ୟ  ସହମତି ଦେଇଛନ୍ତି। ପରେଶଙ୍କ ଟ୍ବିଇଟର ପ୍ରତିଉତ୍ତରରେ ଜଣେ ୟୁଜର ଲେଖିଛନ୍ତି, ଯେଉଁ ଟିମ ଅଲ ଆଉଟ ହୋଇଥିଲେ ସେହି ଟିମକୁ ବିଜେତା ଘୋଷଣା କରାଗଲା। ସେହିଭଳି ଅନ୍ୟ ଜଣେ ୟୁଜର ଟ୍ବିଇଟକରି ଲେଖିଛନ୍ତି, ଭାରତରେ ନ୍ୟୁଜିଲାଣ୍ଡର ଅନେକ ପ୍ରଶଂସକ ଅଛନ୍ତି, ଆଇସିସି ନିୟମ ପାଇଁ ତାଙ୍କ ମନରେ ଆଘାତ ଲାଗିଛି। ଆଇସିସିର ଏହି ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି।

   Related Posts