ଚତୁର୍ଥ ବିବାହ କଲେ ମହେଶ ବାବୁଙ୍କ ଭାଇ, ୬୦ ବର୍ଷରେ ପବିତ୍ରାଙ୍କ ସହ ନେଲେ ସାତଫେରା
11/03/2023 at 8:22 AM

ମୁମ୍ଵାଇ ୧୧।୦୩: ଅଭିନେତା ନରେଶ ବାବୁ । ମହେଶ ବାବୁ ଭାଇ ନରେଶ ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି। ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ତାଙ୍କ ଜୀବନସାଥୀ କରିଛନ୍ତି। ନରେଶ ଅତି ସରଳ ଢଙ୍ଗରେ ବିବାହ କରିଛନ୍ତି ଏବଂ ଏଥିରେ କେବଳ ପରିବାର ଏବଂ ଅଳ୍ପ ବନ୍ଧୁ ଉପସ୍ଥିତ ଥିଲେ । ବିବାହର ଭିଡିଓ ନରେଶ ବାବୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
Seeking your blessings for a life time of peace & joy in this new journey of us🤗
— H.E Dr Naresh VK actor (@ItsActorNaresh) March 10, 2023
ఒక పవిత్ర బంధం
రెండు మనసులు
మూడు ముళ్ళు
ఏడు అడుగులు 🙏
మీ ఆశీస్సులు కోరుకుంటూ ఇట్లు
– మీ #PavitraNaresh ❤️ pic.twitter.com/f26dgXXl6g
ଟ୍ୱିଟରରେ ଭିଡିଓ ସେୟାର କରି ନରେଶ ବାବୁ ଲେଖିଛନ୍ତି, ଆମର ଏହି ନୂଆ ଯାତ୍ରାରେ ଆଜୀବନ ଶାନ୍ତି ଏବଂ ସୁଖ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ। ନରେଶ ବାବୁ ଏବଂ ପବିତ୍ରା ଲୋକେଶ ମଣ୍ଡପରେ ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ଅନେକ ଅତିଥି ମଧ୍ୟ ମଣ୍ଡପ ଚାରିପାଖରେ ଅଛନ୍ତି । ସେୟାର ହୋଇଥିବା ଭିଡିଓଟି ୪୨ ସେକେଣ୍ଡର । ପ୍ରଶଂସକମାନେ ଭିଡିଓରେ ଅଭିନନ୍ଦନ ବାର୍ତ୍ତା ଦେବାରେ ଲାଗିଛନ୍ତି ।
କହିବାକୁ ଗଲେ ନରେଶ ପବିତ୍ରାଙ୍କୁ ବିବାହ କରିବା ପୂର୍ବରୁ ତିନୋଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ସିନିୟର ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅ ସହିତ ହୋଇଥିଲା । ସେହି ବିବାହରୁ ଉଭୟଙ୍କର ଏକ ପୁତ୍ର ଅଛି। ଏହା ପରେ ସେ ପ୍ରସିଦ୍ଧ କବି ତଥା ଗୀତିକାର ଦେବୁଲାପାଲ୍ଲୀ କୃଷ୍ଣ ଶାସ୍ତ୍ରୀଙ୍କ ନାତୁଣୀ ରେଖା ସୁପ୍ରିୟାଙ୍କୁ ବିବାହ କରିଥିଲେ। ଏହା ପରେ ସେ ନିଜଠାରୁ ୨୦ ବର୍ଷ ସାନ ରାମିଆ ରଘୁପତିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ନରେଶ ଏବଂ ରାମିଆଙ୍କର ଏକ ପୁଅ ଅଛି । ବର୍ତ୍ତମାନ ସେ ଚତୁର୍ଥ ବିବାହ କରିଛନ୍ତି । ଯାହାକୁ ନେଇ ସେ ଖୁବ୍ ଟ୍ରୋଲ୍ ହେଉଛନ୍ତି।