ପୁଅ-ବୋହୂଙ୍କଠାରୁ ଅଭିନେତା ନାଗାର୍ଜୁନଙ୍କ ରୋଜଗାର ଅଧିକ, ୧୦୦ କି ୨୦୦ କୋଟି ନୁହେଁ ଏତିକି କରନ୍ତି ରୋଜଗାର

Published By : Prameya-News7 Bureau | August 27, 2021 IST

ନୂଆଦିଲ୍ଲୀ ୨୭/୦୮ : ସାଉଥ୍ ସିନେମାର ସୁପରଷ୍ଟାର ନାଗାର୍ଜୁନ ୯୦ ଦଶକର ସେହି ଷ୍ଟାର୍, ଯାହାଙ୍କର ରାଜ୍ ଏବେ ବି ଚାଲିଛି । ସେ କେବଳ ସାଉଥରେ ନୁହେଁ ବଲିଉଡରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କୁ ଖୁବ୍ ପସନ୍ଦ କରାଯାଇଛି । ଏହି କାରଣରୁ ଆଜି ମଧ୍ୟ ନାଗାର୍ଜୁନଙ୍କୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରେ ଗଣାଯାଏ। ଆଜି ବି ସେ ଫିଲ୍ମ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ନାଗାର୍ଜୁନଙ୍କ ଲୋକପ୍ରିୟତାକୁ ସେହି କଥାରୁ ଆକଳନ କରାଯାଇପାରେ ଯେ ତାଙ୍କ ମୋଟ୍ ସମ୍ପତ୍ତି ପୁଅ ନାଗା ଚୈତନ୍ୟ ଏବଂ ବୋହୂ ସାମନ୍ଥା ଆକ୍କିନେନିଙ୍କ ତୁଳନାରେ ବହୁତ ଅଧିକ।

{"width":656,"height":369}
Nagarjuna: RGV And Mani Ratnam Have Changed The Path Of Cinema

ଅଭିନେତା ନାଗାର୍ଜୁନ ଫିଲ୍ମରେ ସକ୍ରିୟ ରହିବା ସହିତ ବିଜ୍ଞାପନ ଏବଂ ଅନ୍ୟାନ୍ୟ ତରିକାରେ ଟଙ୍କା ରୋଜଗାର କରନ୍ତି । ସୂଚନା ଅନୁଯାୟୀ, ନାଗାର୍ଜୁନଙ୍କ ସମ୍ପତ୍ତି ମୂଲ୍ୟ ୧୨୩ ମିଲିୟନ ଡ଼ଲାର ଅଟେ। ଭାରତୀୟ ମୁଦ୍ରାରେ ଏହା ୮୦୦ କୋଟି । ତାଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ସେ ରାଜକୀୟ ଜୀବନ ବିତାଉଛନ୍ତି ।

ତାଙ୍କ ପୁଅ ନାଗା ଚୈତନ୍ୟ ସାଉଥ୍ ସିନେମାର ହିରୋ ଏବଂ ସେ ସାମନ୍ଥା ପ୍ରଭୁଙ୍କୁ ବିବାହ କରିଛନ୍ତି ଯିଏକି ଜଣେ ସାଉଥ୍ ସୁପରଷ୍ଟାର ଅଟନ୍ତି। ଉଭୟ କିଛି ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ତାଙ୍କ ଯୋଡିକୁ ଖୁବ୍ ପସନ୍ଦ କରାଯାଉଛି । ବିଶେଷ କଥା ହେଉଛି ଉଭୟ ବହୁତ ଲୋକପ୍ରିୟ କିନ୍ତୁ ଯଦି ଉଭୟଙ୍କ ସମ୍ପତ୍ତିକୁ ମିଶାଯାଏ ତଥାପି ସେମାନେ ନାଗାର୍ଜୁନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ସୂଚନା ଅନୁଯାୟୀ, ନାଗା ଚୈତନ୍ୟଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୨୧ ମିଲିୟନ୍ ଡଲାର୍ ଅର୍ଥାତ୍ ୧୫୪ କୋଟି ହୋଇଥିବା ବେଳେ ସାମନ୍ଥା ଆକ୍କିନେନିଙ୍କ ୧୧ ମିଲିୟନ୍ ଡଲାର୍ ଅର୍ଥାତ୍ ୮୦ କୋଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.