ବିବାହର ବର୍ଷକ ପରେ ବାପା ହେଲେ ମୋହିତ ରାଇନା, ନହ୍ନୀ ପରୀ ସହ ସେୟାର କଲେ ଫଟୋ
17/03/2023 at 2:49 PM

ମୁମ୍ଵାଇ ୧୭।୦୩: ‘ଦେବୋ କୋ ଦେବ ମହାଦେବ’ର ଫେମ୍ ମୋହିତ ରାଇନା। ତାଙ୍କ ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ଅଛି। ମୋହିତ ବାପା ହୋଇଛନ୍ତି। ତାଙ୍କ ଘରକୁ ନହ୍ନୀ ପରୀ ଘରକୁ ଆସିଛି। ସୋସିଆଲ ମିଡିଆରେ ପୋଷ୍ଟ କରି ମୋହିତ ରାଇନା ଏହି ସୂଚନା ଦେଇଛନ୍ତି। ଏହା ସହିତ, ଝିଅର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଶିଶୁ କନ୍ୟାଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ଅଭିନେତା ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଥିଲେ, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ମୋହିତ ରାଇନା ଏବଂ ତାଙ୍କ ପତ୍ନୀ ଅଦିତି ଶର୍ମା ନିଜ ଝିଅର ଆଗମନରେ ଅତ୍ୟନ୍ତ ଆନନ୍ଦିତ। ପୁଅର ହାତ ଧରି ଉଭୟ ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ଏହା ଲେଖା ହୋଇଛି- ‘ଏବେ ଆମେ ତିନି ହୋଇଗଲୁ … ଏହି ଦୁନିଆରେ ତୁମର ସ୍ଵାଗତ ବେବି ଗର୍ଲ । ମୋହିତଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋହିତ ଏବଂ ଅଦିତି ୧ ଜାନୁଆରୀ ୨୦୨୨ରେ ସିକ୍ରେଟ୍ ବିବାହ କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହି ଦୁଇ ଜଣଙ୍କର ବିବାହ ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପରେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିଲେ ।
ବିଶେଷ କଥା ହେଉଛି କିଛି ଦିନ ପୂର୍ବରୁ ମୋହିତ ଏବଂ ତାଙ୍କ ପତ୍ନୀ ଅଦିତିଙ୍କ ଛାଡପତ୍ର ଖବର ଆସିଥିଲା। ହେଲେ ମୋହିତ ପରେ ଛାଡପତ୍ର ଖବର ପଛରେ ସତ କହିଥିଲେ – ‘ମୁଁ ନିଜେ ଜାଣେ ନାହିଁ କେଉଁଠାରୁ ଏବଂ କିପରି ଏସବୁ ଆରମ୍ଭ ହେଲା। ମୁଁ ମୋ ବିବାହରେ ବହୁତ ଖୁସି ଅଟେ। କେବଳ ଏତିକି ନୁହେଁ, ମୁଁ ମୋର ବିବାହର ପ୍ରଥମ ବାର୍ଷିକୀ ମଧ୍ୟ ପାଳନ କରୁଛି । ବର୍ତ୍ତମାନ ମୁଁ ମୋ ପତ୍ନୀଙ୍କ ସହ ହିମାଚଳ ପ୍ରଦେଶରେ ଅଛି । ଆଉ ସବୁ କଥା ଗୁଜବ ଅଟେ ।