ମୋହନଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଲେ ୧୫ ବର୍ଷର ପୀଡିତା, କହିଲେ-ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି

Published By : Prameya-News7 Bureau | December 02, 2022 IST

ମୁମ୍ଵାଇ ୦୨।୧୧: ମାର୍ବଲ ଫିଲ୍ମରେ କାମ କରିଥିବା ଅଭିନେତା ମୋହନ କପୁର ଏବେ ଅଡୁଆରେ। ଏହି ଅଭିନେତାଙ୍କୁ ୧୫ ବର୍ଷର ବାଳିକା ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ପୀଡିତା ସୋସିଆଲ ମିଡିଆରେ ନିଜର ଅନୁଭିତି ବିଷୟରେ ଜଣାଇଛନ୍ତି। କହିଛନ୍ତି ଯେ ଅଭିନେତାଙ୍କ ପୂର୍ବତନ ସାଥୀ ମଧ୍ୟ ଜାଣିଛନ୍ତି, କିନ୍ତୁ ସେ ଏହାକୁ ଅଣଦେଖା କରିଛନ୍ତି। ତାଙ୍କୁ ସର୍ବଶେଷ MeToo ଅଭିଯୋଗ କରାଯାଇଛି।

ପୀଡିତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, 'ଯେତେବେଳେ ମୋତେ ୧୪ ବର୍ଷ ହୋଇଥିଲା, ମୁଁ ଜଣେ ସିରିଏଲ ଅଭିନେତ୍ରୀଙ୍କ ପ୍ରଶଂସକ ଥିଲି ଏବଂ ତା’ପରେ ଆମେ ବନ୍ଧୁ ହୋଇଥିଲୁ। ଯିଏ ମୋହନ କପୁରଙ୍କ ସାଥୀ ଥିଲା।  ମୁଁ ଦୁହିଁଙ୍କୁ ବାପାମାଆଙ୍କ ପରି ଦେଖୁଥିଲି। କିନ୍ତୁ ମୋହନ କପୁର ମୋର ସୁଯୋଗ ନେଇଥିଲେ। ତା’ପରେ ମୁଁ ଦେଖିଲି ସେ ମୋ ସହ ଫ୍ଲର୍ଟିଂ କରୁଛନ୍ତି। ଯେତେବେଳେ ମୁଁ ୧୫ ବର୍ଷ ବୟସ ହେଲି, ସେତେବେଳେ ମୋହନ କପୁର ମୋତେ ତାଙ୍କ ପ୍ରାଇଭେଟ ପାର୍ଟର ଫଟୋ ପଠାଇଲେ । ଏହା ପରେ ପୁଣି ମତେ ଯମା ମାଗିଲେ । କିନ୍ତୁ ଏହା ପରେ ସେ ମୋତେ ପୁଣି ହଇରାଣ କଲେ ।

ସେ ଆହୁରି ଲେଖିଛନ୍ତି, 'ମୋହନ ମୋତେ ବିବାହ କରିବାକୁ ଚାହୁଁଥିଲେ।  ସେ ଚାହୁଁଥିଲେ ମୁଁ ଜଲଦି ବଡ ହେଇାଯାଏ ତାଙ୍କ ସହ ଶୋଇ ପାରିବି। ଏହି ସବୁ ପରେ ମୁଁ ଡିପ୍ରେସନକୁ ପଳାଇଥିଲି। ଆତ୍ମହତ୍ୟା କରିବା ଭାବି ନେଇଥିଲି। ଏହି ଅଭିଯୋଗ ଆସିବା ପରେ ମୋହନ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ୍‌ କରିଛନ୍ତି କାରଣ ୟୁଜର୍ସମାନେ ତାଙ୍କୁ ବାରମ୍ବାର ସେ ବିଷୟରେ ପଚାରୁଥିଲେ। ଏନେଇ ମୋହନ କୌଣସି ଉତ୍ତର ଦେଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.