ହ୍ୟାରିପୋଟର ଫେମସ ଅଭିନେତା ମାଇକେଲ ଗ୍ୟାମ୍ବନଙ୍କର ଦେହାନ୍ତ
28/09/2023 at 6:31 PM

ନୂଆଦିଲ୍ଲୀ: ହଲିଉଡ୍ ମୁଭି ହ୍ୟାରି ପୋଟରରେ ଅଲବସ ଡମ୍ବଲେଡର ଚରିତ୍ରରେ ଅଭିନୟ କରିଥିବା ଫେମସ ଅଭିନେତା ମାଇକେଲେ ଗ୍ୟାମ୍ବନଙ୍କର ପରଲୋକ ହୋଇଛି। ୮୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ମିଡିଆ ପ୍ରବକ୍ତା ସୂଚନା ଦେଇଛନ୍ତି।
ଭେଟେରାନ ଆକ୍ଟର ମାଇକେଲ ଗ୍ୟାମ୍ବନ ଆଜି(ସେପ୍ଟେମ୍ବର ୨୮) ୮୨ ବୟସର ଆଖି ବୁଜିଛନ୍ତି ବୋଲି ତାଙ୍କ ପ୍ରବକ୍ତା କହିଛନ୍ତି। ନିମୋନିଆ ପାଇଁ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିମୋନିଆରେ ପୀଡ଼ିତ ହେବା ପରେ ମାଇକେଲ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପତ୍ନୀ ଅନ୍ନେ ଓ ପୁଅ ପରଗସକୁ ପଛରେ ଛାଡ଼ିଯାଇଛନ୍ତି ମାଇକେଲ୍।
ପଢନ୍ତୁ-ଓସ୍କାର ୨୦୨୪ରେ ମାଲାୟାଲମ ସିନେମା ୨୦୧୮, ଶ୍ରେଷ୍ଠ ଫିଚର ଫିଲ୍ମ କାଟାଗୋରୀରେ କରିବ କମ୍ପିଟ୍
ମାଇକେଲ୍ଙ୍କ ଫିଲ୍ମ କ୍ୟାରିୟର ଖୁବ୍ ଜବରଦସ୍ତ ଥିଲା। ଫିଲ୍ମରେ ସେ ଯେଉଁ ଚରିତ୍ରରେ ଅଭିନୟ କରନ୍ତୁ ନା କାହିଁକି ଗମ୍ଭୀର ସ୍ୱର ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା। ଲୋକପ୍ରିୟ ସିନେମା ହ୍ୟାରି ପୋଟରରେ ଡମ୍ବଲେଡର ଭୂମିକାରେ ଅଭିନୟ କରି ସେ ବେସ୍ ଲୋକପ୍ରିୟ ହୋଇପାରିଥିଲେ।