ବିବାହର ଆଳ ଦେଖାଇ ୧୨ ବର୍ଷ ହେଲା ନାବାଳିକାଙ୍କୁ ଦେଉଥିଲା ଯୌନ ନିର୍ଯାତନା: ଷ୍ଟାର୍ ଆକ୍ଟର ଗିରଫ

Published By : Prameya-News7 Bureau | February 24, 2024 IST

ରାୟପୁର: ଚଲିଉଡ୍ ବା ଛତିଶଗଡ଼ୀ ସିନେମାର ଲୋକପ୍ରିୟ ଅଭିନେତା ତଥା ବିଲ୍ଡର ମନୋଜ ରାଜପୁତଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୧୨ ବର୍ଷ ହେବ ସେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଛତିଶଗଡ଼ୀ ସିନେମା “ଗାଓଁ କେ ଜିରୋ ଶହର ମେଁ ହିରୋ”ରେ ଲୋକପ୍ରିୟତା ପାଇଥିବା ମନୋଜକୁ ପୁଲିସ ଗିରଫ କରି ହେପାଜତ୍‌ରେ ରଖିଛି। ଜିଆର୍‌ପି ଭିଲାଇ-୩ ପୁଲିସ ଷ୍ଟେସନ୍‌ରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଅଭିଯୋଗ କ୍ରମେ ମନୋଜଙ୍କୁ ଗିରଫ କରାଯାଇଛି। ପେଷାରେ ବିଲ୍ଡର ଥିବା ମନୋଜ ପ୍ରଥମେ ସିନେମାରେ ଅଭିନୟ କରିବା ସହ ପରେ ନିର୍ଦ୍ଦେଶକ ଓ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସାମ୍ଭାଳିଥିଲେ। ଛତିଶଗଡ଼ୀ ସିନେମାରେ ସେ ଜମେ ଲୋକପ୍ରିୟ ଚେହେରା।

ପଢ଼ନ୍ତୁ-ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ୩ ଫୌଜଦାରୀ ଆଇନ୍‌; IPC, CrPCର ପରିବର୍ତ୍ତେ ହେବ ନ୍ୟାୟ ସଂହିତା

ପୀଡ଼ିତାଙ୍କ ସୂଚନା ଅନୁସାରେ, ୨୦୧୧ ଠାରୁ ମନୋଜଙ୍କ ସହ ତାଙ୍କର ସମ୍ପର୍କ ଥିଲା। ସେତେବେଳେ ସେ ନାବାଳିକା ଥିଲେ। ବିବାହର ଆଳ ଦେଖାଇ ମନୋଜ ତାଙ୍କୁ ଦୀର୍ଘ ୧୨ ବର୍ଷ ଦରି ଯୌନ ନିର୍ଯାତନା ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ପୋକ୍‌ସୋ ଆକ୍ଟର ଧାରା ୩୭୬ ଏଂବ ୩୭୭ରେ ଗିରଫ କରଯାଇ କଷ୍ଟୁଡିରେ ରଖାଯାଇଛି।  

ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବାହାଘର କଥା ଉଠିଲେ ଅଭିଯୁକ୍ତ ପ୍ରଥମେ ପ୍ରଥମେ କଥା ବାଆଁରେଇ ଦଉଥିଲେ। ହେଲେ ଏବେ ସ୍ପଷ୍ଟ ମନା କରିବା ପରେ ପୀଡ଼ିତା ଠକାମିରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ଅଭିନେତାଙ୍କ ନାଁରେ ରହିଛି ଦାଗ

ଏଇ ଗୋଟିଏ ମାମଲା ନୁହେଁ, ପୂର୍ବରୁ ମନୋଜଙ୍କ ନାଁରେ ଜମି ଠକେଇ ନେଇ ମଧ୍ୟ ମାମଲା ହୋଇଥିଲା। ସେ ଜେଲ୍ ବି ଯାଇଥିଲେ। ନାଗପୁର ହାଇୱା ଟୋଲ୍ ପ୍ଲାଜା ସାମ୍ନାରେ ଥିବା ଦୁର୍ଗର ଶତାଧିକ ଏକର ଜମି ହଡ଼ପ କରିଥିବା ବେଆଇନ ଯୋଜନା କରିଥିଲେ। ଏଥିରେ ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.