୪୪୪ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଦେଲେ ଅଭିନେତା କିର୍କ ଡଗଲାସ୍, ପୁଅ ପାଇଁ ରଖିଲେନି କିଛି…କାହିଁକି ଏ ଦାତାପଣ?
4/03/2020 at 5:16 PM

ନୂଆଦିଲ୍ଲୀ୪/୩: ହଲିଉଡ୍ର ଲୋକପ୍ରିୟ ଅଭିନେତା କିର୍କ ଡ଼ଗଲାସ ନିଜର ଅର୍ଜିତ ସମସ୍ତ ସମ୍ପତ୍ତି ଏକ ବେସରକାରୀ ଟ୍ରଷ୍ଟକୁ ଦାନ କରି ଦେଇଛନ୍ତି। ଯେଉଁ ଟ୍ରଷ୍ଟ କି ବିଭିନ୍ନ ଜନହିତ କାର୍ଯ୍ୟରେ ସଂପୃକ୍ତ। ‘ସ୍ପାର୍ଟାକସ୍’ ଏବଂ ‘ପାଥସ୍ ଅଫ୍ ଗ୍ଲୋରି’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା କିର୍କ ଡଗଲାସ୍ ବେଶ ଲୋକପ୍ରିୟ। ଚଳିତ ବର୍ଷ ଫେବୃଆରୀ ୫ ତାରିଖରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଡଗଲାସ୍ ଫାଉଣ୍ଡେସନକୁ ତାଙ୍କର ସମସ୍ତ ସମ୍ପତ୍ତି (ପ୍ରାୟ ୪୪୪ କୋଟି ଟଙ୍କା) ଦାନ କରି ଦେଇଛନ୍ତି। କିର୍କ ବିଭିନ୍ନ ସମୟରେ ଗରିବ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଆନ୍ତି। ତାଙ୍କ ପିଲାଦିନ ଉତ୍କଟ ଅଭାବ ଓ ଦାରିଦ୍ରରେ କଟିଥିଲା। ତେଣୁ ସେ ଅନେକ ସମୟରେ ଅଭାବୀ ଲୋକଙ୍କୁ କିର୍କ ଦାନ କରୁଥିଲେ।

ତାଙ୍କ ମୃତ୍ୟୁ ପୂର୍ବରୁ, ଡଗଲାସ୍ ସ୍ପଷ୍ଟ ଭାବରେ ଲେଖି ଦେଇଥିଲେ ଯେ ତାଙ୍କ ପୁଅ ମାଇକେଲ୍ ଡଗଲାସ୍ଙ୍କ ପାଖରେ ୨୧, ୮୬୦ କୋଟି ଟଙ୍କା ସମ୍ପତ୍ତି ଅଛି। ତେଣୁ ତାଙ୍କ ପୁଅର କୌଣସି ଅର୍ଥ ଅଭାବ ହେବ ନାହିଁ। କିର୍କ ଯେଉଁ ସଂଗଠନକୁ ସମ୍ପତ୍ତିକୁ ଦାନ କରିଛନ୍ତି ତାହା ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିଥାଏ।

କିର୍କ ଡଗଲାସ ଯେଉଁ ଟଙ୍କା ଟ୍ରଷ୍ଟକୁ ଦାନ କରିଛନ୍ତି ତାହା ସମାଜରେ ମଙ୍ଗଳରେ କାର୍ଯ୍ୟରେ ଲାଗିବ ବୋଲି ଡଗଲାସ ଫାଉଣ୍ଡେସନର ସଦସ୍ୟ କହିଛନ୍ତି। କିର୍କ ଡଗଲାସ୍ ଜଣେ ଆମେରିକୀୟ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ଏବଂ ଲେଖକ ଥିଲେ।। ୧୯୯୯ ମସିହାରେ ଓଲିଉଡରେ କିର୍କ ୫୦ ବର୍ଷ ପୂରଣ କରିଥିଲେ। ତାଙ୍କୁ ଓସ୍କାର ଭଳି ସମ୍ମାନଜନକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।