ବିଗ୍ ବସ୍ ଷ୍ଟାର୍ ନୂତନ ନାଇଡ଼ୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ : ଫୋନ୍ ହଜିବାର ରାଗ ଦଳିତ ଯୁବକ ଉପରେ ସୁଝାଇଲେ,ତାକୁ ନଣ୍ଡା କରି ବିଦା କଲେ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯/୮: ତେଲୁଗୁ ବିଗ୍ ବସ୍ ଫେମ୍ ଅଭିନେତା ନୂତନ ନାଇଡ଼ୁ ଏବେ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ନୂତନ ନାଇଡ଼ୁଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଜଣେ ଦଳିତ ଯୁବକଙ୍କୁ ନଣ୍ଡା କରି ଦେଇଛନ୍ତି। ପୋଲିସ୍ ଅଭିଯୋଗ ପରେ ଏହି ମାମଲା ଚର୍ଚ୍ଚାକୁ ଆସିଛି ଏବଂ ନୂତନ ବିବାଦ ଘେରରେ ଆସିଯାଇଛନ୍ତି।

{"id":322000,"sizeSlug":"large"}

ସୂଚନା ଅନୁଯାୟୀ ୨୦ବର୍ଷ ବୟସ୍କ ଯୁବକ ନାଇଡ଼ୁଙ୍କ ଘରେ ହାଉସ୍ ହେଲ୍ପର କାମ କରୁଥିଲେ। ପୀଡ଼ିତ ଯୁବକ ଅଭିଯୋଗ କରିଛନ୍ତି ଯେ ନାଇଡ଼ୁ ଘରେ ତାଙ୍କୁ ନିର୍ଯାତନା ଦେଉଥିଲେ। ନାଇଡ଼ୁ ଜବରଦସ୍ତି ତାଙ୍କୁ ଧରି ତାଙ୍କୁ ନଣ୍ଡା​‌ କରି ଦେଇଛନ୍ତି। ଏହି କାମରେ ଅନ୍ୟ ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି।

{"id":322004,"width":578,"height":447,"sizeSlug":"large"}

ଅଭିନେତା-ଫିଲ୍ମ ନିର୍ମାତା ନାଇଡ଼ୁଙ୍କ ବିରୋଧରେ ପେଣ୍ଡୁର୍ଥୀ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଏହା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଯାଇଛି। ନାଇଡ଼ୁ ଗୋଟିଏ ସେଲ୍ ଫୋନ୍ ହଜିଯିବା ପରେ ଯୁବକଙ୍କୁ ଡାକିଥିଲେ ଏବଂ କୌଣସି ଅଭିଯୋଗ ନକରି ଚାକିରୀ ଛାଡ଼ି ଦେବାକୁ କହିଥିଲେ। ଏହା ପରେ ବି ଯେତେବେଳେ ଯୁବକ କାମ କରିବାକୁ ପହଞ୍ଚିଥିଲା ସେତେବେଳେ ନାଇଡ଼ୁ ତାଙ୍କୁ ଧରି ନଣ୍ଡା କରି ଦେଇଥିଲେ।

{"id":322002,"sizeSlug":"large"}

ଯୁବକ ଆହୁରି ମଧ୍ୟ କହିଛନ୍ତି ଯେ ନାଇଡ଼ୁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ଯଦି ସେ ଏକଥା ବାହାରେ କାହାକୁ କହିବେ ତେବେ ତାଙ୍କୁ ଏହାର ଦଶା ଭୋଗିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.