ଗୁଡ୍‌ନ୍ୟୁଜ୍‌ ଦେଲେ ଅଭିନେତା ଧୀରଜ, ଫଟୋ ସେୟାର କରି କହିଲେ-'ଇଟ୍ସ ଏ ବୟ'

Published By : Prameya-News7 Bureau | August 10, 2022 IST

ମୁମ୍ବାଇ ୧୦।୦୮: ଟେଲି ଅଭିନେତା ଧୀରଜ ଧୋପରଙ୍କ ଘରକୁ ଆସିଛି କୁନି ଅତିଥି । ଧୀରଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଭିନି ଆରୋରା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଧୀରଜ ଧୋପର ଏବଂ ଭିନି ଆରୋରା ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି।

wp:html
/wp:html

ପୋଷ୍ଟରେ ପିଲାମାନଙ୍କର ଥିମ୍ ରହିଥିବା ବେଳେ ଲେଖା ହୋଇଛି, 'ଆମେ ବହୁତ ଖୁସି, ଆମ ଘରକୁ କୁନି ପୁଅ ଆସିଛି।' ଏହାର ତଳେ ଅଗଷ୍ଟ ୧୦ତାରିଖ ଏବଂ ଭିନି ଏବଂ ଧୀରଜଙ୍କ ନାମ ଅଛି । ସୋସିଆଲ ମିଡିଆରେ ଧୀରଜ ଏବଂ ଭିନିଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ତଥା ସେଲିବ୍ରେଟମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଧୀରଜ ଏବଂ ଭିନି ୨୦୦୯ରେ ଦୁହେଁ ସାକ୍ଷାତ ହୋଇଥିଲେ । ଏହାରେ ଡେଟ୍‌ କରିବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ ଦୁହେଁ  ବିବାହ କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.