vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

‘ଗୁଡ୍ ମର୍ଣ୍ଣିଙ୍ଗ’ କହି ଟ୍ରୋଲ୍ ହେଲେ ଅମିତାଭ ବଚ୍ଚନ, ଫ୍ୟାନ୍ସ ଦେଲେ ଏମିତି କମେଣ୍ଟ

16/05/2022 at 8:19 PM

ମୁମ୍ବାଇ ୧୬।୫: ଅମିତାଭ ବଚ୍ଚନ ଜଣେ ଏମିତି ଅଭିନେତା ଯିଏ ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡିହୋଇ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ନିକଟରେ ଅଭିନେତାଙ୍କ ସହ ଏପରି କିଛି ଘଟିଲା ଯେ ଯେଉଁଥିପାଇଁ ଲୋକମାନେ ତାଙ୍କୁ ଟ୍ରୋଲ ହିଁ କଲେ । ଏହି ବରିଷ୍ଠ ଅଭିନେତାଙ୍କୁ ତାଙ୍କର ଏକ ଟ୍ବିଟ୍ ପାଇଁ ଲୋକେ ଟ୍ରୋଲ କଲେ ।

ଅଭିନେତା ଅମିତାଭ ବଚ୍ଚନ ଦିନ ୧୧ଟା ୨୬ରେ ସମସ୍ତଙ୍କୁ ସକାଳର ଶୁଭକାମନା ଜଣାଇଥିଲେ । ଅମିତାଭ ପୋଷ୍ଟ କରିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ବିଳମ୍ବରେ ଉଠିବା ପାଇଁ ଟ୍ରୋଲର୍ସ ତାଙ୍କୁ କଟାକ୍ଷ କରିଥିଲେ । ସେ ଏହିଭଳି ଅନେକ କମେଣ୍ଟର ବ୍ୟକ୍ତିଗତ ଭାବେ ଜବାବ ଦେଇଥିଲେ । ଏହାର ଖୁଲାସା କରିଥିଲେ ଯେ ସେ ରାତିସାରା କାମ କରୁଥିଲେ ।

ସୋସିଆଲ ମିଡିଆରେ ଜଣେ ୟୁଜର ପଚାରିଥିଲେ, ‘ଆଜି ବହୁତ ବିଳମ୍ବରେ ଉତୁରିଲା, ଲାଗୁଛି ଦେଶୀ ପିଇ ଆସିଥିଲ ।’ ଏହି କମେଣ୍ଟର ଉତ୍ତର ଦେଇ ଅମିତାଭ କହିଛନ୍ତି ଯେ, ସେ ନିଜେ ପିଅନ୍ତି ନାହିଁ, ଯଦିଓ ସେ ଏହା ସହ ଅନ୍ୟମାନଙ୍କର ମନୋରଞ୍ଜନ କରନ୍ତି ।

ଅନ୍ୟ ଜଣେ ଲେଖିଥିଲେ, ‘ଆପଣଙ୍କୁ ଲାଗୁନାହଁ ଯେ ଆପଣ ଖୁବ୍ ଶୀଘ୍ର ଶୁଭ ସକାଳ କାମନା କରିଛନ୍ତି ?’ ଯେଉଁଥିରେ ଅଭିନେତା ଉତ୍ତର ଦେଇଥିଲେ, ‘ମୁଁ ଅପମାନ ପାଇଁ କୃତଜ୍ଞ । କିନ୍ତୁ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି, ଶୁଟିଂ ଆଜି ସକାଳେ ଶେଷ ହୋଇଥିଲା । ମୁଁ ଉଠିବାକୁ ବିଳମ୍ବ କଲି, ତେଣୁ ମୁଁ ଯେତେ ଶୀଘ୍ର ସମ୍ଭବ ମୋର ଶୁଭେଚ୍ଛା ପଠାଇଲି । ଯଦି ଏହା ଆପଣଙ୍କୁ ଦୁଃଖ ଦେଇଛି ତେବେ ମୁଁ କ୍ଷମା ମାଗୁଛି ।’

ଆଉ ଜଣେ ୟୁଜର ଲେଖିଥିଲେ, ‘ଆରେ ବୁଢା ମଧ୍ୟାହ୍ନ ହୋଇଗଲାଣି’ । ଅମିତାଭ ଜବାବ ଦେଇ ଲେଖିଥିଲେ, ‘ମୁଁ ପ୍ରାର୍ଥନା କରୁଛି ଯେ ଆପଣ ଦୀର୍ଘାୟୁ ହୁଅନ୍ତୁ କିନ୍ତୁ ଆପଣଙ୍କୁ କେହି ବୁଢା ବୋଲି କହି ଆପଣଙ୍କୁ ଅପମାନିତ ନ କରନ୍ତୁ ।’

   Related Posts