୮୩ ବର୍ଷରେ ଚତୁର୍ଥ ଥର ବାପା ହେବେ ଏହି ଅଭିନେତା, ୮ ମାସର ଗର୍ଭବତୀ ଅଛନ୍ତି ଗର୍ଲଫ୍ରେଣ୍ଡ୍
31/05/2023 at 11:17 AM

ମୁମ୍ଵାଇ ୩୧।୦୫: ହଲିଉଡର ଭେଟେରାନ ଅଭିନେତା ଅଲ ପସିନୋ । ବର୍ତ୍ତମାନ ସେ ୮୩ ବର୍ଷରେ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରତିନିଧୀ କହିଛନ୍ତି ଯେ ଅଲ ପସିନୋ ଏବଂ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ନୁର ଆଲଫାଲା ଏକ ଶିଶୁପୁତ୍ରକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ନୁର ଆଠ ମାସ ଗର୍ଭବତୀ ଅଛନ୍ତି ।

ଅଲ ପସିନୋଙ୍କ ଗର୍ଲଫ୍ରେଣ୍ଡର ଗର୍ଭବତୀ ହେବାର ଖବର ପ୍ରଥମେ ଟିଏମଜେଡ ଦ୍ୱାରା ସେୟାର କରାଯାଇଥିଲା। ଏକାଧିକ ସୂତ୍ର ଟିଏମଜେଡକୁ କହିଛନ୍ତି ଯେ ଅଭିନେତାଙ୍କ ଗର୍ଲଫ୍ରେଣ୍ଡଙ୍କ ଡେଲିଭରୀ ଡେଟ୍ ମାତ୍ର ଗୋଟିଏ ମାସ ବାକି ଅଛି। ନୁର ୨୯ ଏପ୍ରିଲ୍ ୨୦୨୨ରୁ ଦି ଗଡଫାଦର ତାରକାଙ୍କୁ ଡେଟ କରୁଥିବା ଜଣାଯାଇଛି। ସେମାନଙ୍କ ରୋମାନ୍ସ ବିଷୟରେ ଗୁଜବ ପ୍ରଥମେ ଆରମ୍ଭ ହୋଇଥିଲା।
ଏବେ ଅଲ ପସିନୋ ଚତୁର୍ଥ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ, ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଆକ୍ଟିଙ୍ଗ ପ୍ରଶିକ୍ଷକ ଜନ୍ ତାରାଣ୍ଟଙ୍କ ସହ ୩୩ ବର୍ଷିୟା ଝିଅ ଜୁଲି ମାରିଙ୍କ ପିତା ମଧ୍ୟ ଅଟନ୍ତି । ପୂର୍ବତନ ଗର୍ଲଫ୍ରେଣ୍ଡ ବେବର୍ଲି ଡି’ଆଞ୍ଜେଲୋଙ୍କ ସହ ୨୨ ବର୍ଷର ଯାଆଁଳା ଆଣ୍ଟୋନ୍ ଏବଂ ଅଲିବିଆଙ୍କ ପିତା ମଧ୍ୟ ଅଟନ୍ତି। ଯାହାଙ୍କୁ ସେ ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ଡେଟ କରିଥିଲେ।
You can read: