ସମ୍ବଲପୁରରେ ସକ୍ରିୟ ଜମି ମାଫିଆ, ପୋତି ଦେଲେ ସରକାରୀ ନାଳା, ପ୍ରଶାସନ ବି ଚୁପ୍

Published By : Prameya-News7 Bureau | December 24, 2022 IST

ସମ୍ବଲପୁର: ସମ୍ବଲପୁର ସହରର ସକ୍ରିୟ ଜମି ମାଫିଆ | ପ୍ଲଟିଂ ପାଇଁ ବାଦ ପଡୁନି ସରକାରୀ ଜମି,ଗାଡିଆ ପୋଖରୀ ତଥା ନାଳା | ସମ୍ବଲପୁରରୁ ସହରରୁ ମାଫିଆଙ୍କ ଏମିତି ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜମି ମାଫିଆଙ୍କ ବେଆଇନ ପ୍ଲଟିଂ ଆଗରେ ପ୍ରଶାସନ ବି ଚୁପ ବସିଥିବା ଦେଖିବାକୁ ମିଳିଛି |

ଶହ ଶହ ଏକର ଜମିକୁ ଘର ଉପଯୋଗୀ  ପାଇଁ ସମତଳ କରାଯାଉଛି | ଜେସିବି ଚାଲୁଛି, ଶ୍ରମିକ ନିୟୋଜିତ ଅଛନ୍ତି | ତେବେ ଏପଟେ କିନ୍ତୁ ଏହି ପ୍ଲଟିଂ ପାଇଁ ବଳି ପଡୁଛି ସରକାରୀ ନାଳା | ସମ୍ବଲପୁର ସହ ରେମେଡ ଅଂଚଳରେ ଦେଖିବାକୁ ମିଳିଛି ଜମି ମାଫିଆଙ୍କ ବେଆଇନ କାମ | ରେମେଡ ବଢେଇ ପଡା ନିକଟସ୍ଥ କଦମମାଲ ନାଳା (ମଁଡା ଉହୁଁଲା)କୁ ପୋତି ରାସ୍ତା ତିଆରି କରି ସାରିଲେଣି ଜମି ମାଫିଆ | ତେବେ ସ୍ଥାନୀୟ ଲୋକେ ବି ଘଟଣା ଦେଖି ତାଜୁବ୍ | ଅଭିଯୋଗ କଲେ ବି କାହାକୁ କରିବେ | ସବୁ ବଡବଡିଆ ଏଥିରେ ସାମିଲ ଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି | ନାଳା ଆରପଟେ ପ୍ଲଟିଂ ଚାଲିଥିବା ଯୋଗୁଁ ଏପରି କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି |

{"id":725232,"sizeSlug":"full","linkDestination":"none"}

ପ୍ରତିବର୍ଷ ସହର ଡ୍ରେନେଜ ଜଳ ପାଇଁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ | ତେବେ କଦମମାଲ୍ ନାଳା ( ମଁଡା ଉହୁଁଲା )କୁ ବେଆଇନ ପୋତିଦେବା ଫଳରେ ଆଗକୁ ବଢେଇ ପଡାର ୪୦ ପରିବାର ଘରେ ବନ୍ୟା ପାଣି ପଶିବା ଏକ ପ୍ରକାର ଥୟ | ଏହି କଦମ ନାଳାରେ ହୀରାକୁଦ ଡ୍ୟାମରୁ ପାଣି ଆସିଥାଏ | ତେବେ ସ୍ଥାନୀୟ ଲୋକେ ଏଠାରେ ଗାଧୋଇବାଠାରୁ ଆରମ୍ଭ କରି ଘରେ ବ୍ୟବହାର କରିଥାନ୍ତି| ତେବେ ଜମି ମାଫିଆଙ୍କ ବେଆଇନ ପ୍ଲଟିଂ ଆଗରେ ପ୍ରଶାସନ ବି ଚୁପ ବସିଥିବା ଦେଖିବାକୁ ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.