ଭିଡିଓ ପାଇଁ ଭୁଲିଗଲେ ହିତାହିତ ଜ୍ଞାନ: ରାସ୍ତା ମଝିରେ ଡ୍ୟାନ୍ସ କରି ଫସିଲେ ମଡେଲ, କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 15, 2021 IST

ଇନ୍ଦୋର ୧୫/୦୯: ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବାକୁ ପାଗଳ ଯୁବପୀଢ଼ି। ଆଉ ଏହି ପାଗଳାମୀ ପାଇଁ ହରଡ଼ଘଣାରେ ପଡ଼ିଛନ୍ତି ଜଣେ ଯୁବତୀ। ଗହଳିପୂର୍ଣ୍ଣ ରାସ୍ତାରେ ଡ୍ୟାନ୍ସ କରି ଏବେ ଯୁବତୀ ଫସିଛନ୍ତି। ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ ଗୃହମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଇନ୍ଦୋରର ରସୋମା ଛକରେ ଜଣେ ମଡେଲ ନୃତ୍ୟ କରୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ସେ ନିଜେ ତାଙ୍କର ସେହି ଭିଡିଓକୁ ଇନଷ୍ଟାରେ ପୋଷ୍ଟ କରିଥିଲେ।

wp:html /wp:html

ଏହି ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଯୁବତୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ, ଟ୍ରାଫିକ୍‌ ସିଗନାଲ୍‌ ନାଲି ହୋଇଯିବା କ୍ଷଣି ଯୁବତୀ ଜଣଙ୍କ ରାସ୍ତା ଉପରେ ଡ୍ୟାନ୍ସ କରିଥିଲେ। ପ୍ରଥମେ ଏହାକୁ  ଟ୍ରାଫିକ୍‌ ପୋଲିସଙ୍କ ଏକ ଅଭିଯାନ ବୋଲି ଭାବିଥିଲେ ଲୋକେ। କିନ୍ତୁ ଏହି ଭିଡିଓ ଖୁବଶୀଘ୍ର ସହରରେ ଏବଂ ପରେ ଇଣ୍ଟରନେଟ୍‌ ଦୁନିଆରେ ଭାଇରାଲ୍‌ ହୋଇଥିଲା।

wp:html /wp:html

ଏହି ଘଟଣାରେ ଟ୍ରାଫିକ୍‌ ପୋଲିସ ଭିଡିଓ ସୁଟ୍‌ କରୁଥିବା ଯୁବକ ଏବଂ ଡ୍ୟାନ୍ସ କରୁଥିବା ଯୁବତୀଙ୍କ ସମ୍ପର୍କରେ ସୂଚନା ଏକତ୍ରିତ କରିଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ଯୁବତୀଙ୍କୁ ନୋଟିସ ଦିଆଯାଇଥିବା କହିଛନ୍ତି ଟ୍ରାଫିକ୍‌ ଏଏସପି ଅନୀଲ ପଟିଦାର। ଯୁବତୀଙ୍କ ନାଁ ଶ୍ରେୟା କାଲରା ଏବଂ ତାଙ୍କର ଭିଡିଓ ସୁଟ୍‌ କରୁଥିବା ଯୁବକଙ୍କ ନାଁ କୁଶାଲ ଚୌହାନ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଶ୍ରେୟା ଜଞ୍ଜୀରବାଲା ରାସ୍ତାରେ ଏକ କାର ଉପରେ ଛିିଡ଼ା ହୋଇ ଡ୍ୟାନ୍ସ କରୁଥିବା ନଜରକୁ ଆସିଥିଲେ। ସେଥିପାଇଁ ଟ୍ରାଫିକ୍‌ ମଧ୍ୟ ଜାମ୍‌ ହୋଇଯାଇଥିଲା। ଶ୍ରେୟା ସେହି ଭିଡିଓକୁ ଇନଷ୍ଟାରେ ମଧ୍ୟ ସେୟାର କରିଥିଲେ। ତେବେ ରାତାରାତି ଷ୍ଟାର ହେବାର ସ୍ବପ୍ନ ଦେଖି ଆଜିର ଯୁବପୀଢ଼ି ନିୟମ କାନୁନ ମାନୁନଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.