ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ୩୦ ଅଟକ, ୯ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | March 12, 2021 IST

ଜୟପୁର ୧୨।୩: ଜୟପୁର ଦେଇଯାଇଥିବା ୨୬ନଂ ଜାତୀୟ ରାଜପଥରେ ଦୀର୍ଘ ୭ ଘଣ୍ଟା ଧରି ଆତଙ୍କରାଜ ଚଳାଇଥିଲେ ଆନ୍ଦୋଳନକାରୀ ।  ଦୁର୍ଘଟଣା ଘଟାଇଥିବା ଟିପ୍ପରଟିକୁ ଜାଳିଦେବା ସହ ହେଲପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ ।  ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉପରେ ବି ଆକ୍ରମଣ ହୋଇଥିଲା । ଘଟଣାରେ ୩୦ ଜଣଙ୍କୁ ଅଟକ ରଖିବା ସହ ୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ଜୟପୁର ଟାଉନ ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ  ଆଇପିସିର ୧୩ଟି ଦଫା ଲାଗିଛି । ଗତ ୮ ତାରିଖ ଦିନ ଟିପ୍ପର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହେବାପରେ  ଆନ୍ଦୋଳନ କରିଥିଲେ  ସ୍ଥାନୀୟ ବାସିନ୍ଦା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.