ରାସ୍ତାରେ ବେଆଇନ ଗାଡି ପାର୍କିଂ ନେଇ କାର୍ଯ୍ୟାନୁଷ୍ଠାନ, ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଉଚ୍ଛେଦ
27/02/2020 at 12:49 PM

ଭୁବନେଶ୍ବର ୨୭।୨: ଭୁବନେଶ୍ବର ରାଜରାସ୍ତାରେ ବେଆଇନ୍ ଗାଡି ପାର୍କିଂ ନେଇ କାର୍ଯ୍ୟାନୁଷ୍ଠାନ । କଳ୍ପନା ଛକରୁ ରବି ଟକିଜ୍ ଛକ ପର୍ଯ୍ୟନ୍ତ ବିଏମସି ପକ୍ଷରୁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଖୋଦ୍ ବିମଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଏସବୁ କାର୍ଯ୍ୟର ତଦରାଖ କରୁଛନ୍ତି ।

ରାସ୍ତା କଡରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଉଠାଇବା ସହ ଉଠାଦୋକାନୀ ଏବଂ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ବିଏମସି ପକ୍ଷରୁ ଉଚ୍ଛେଦ କରାଯାଉଛି । ଏଣିକି ଏଣେତେଣେ ଗାଡି ରଖିଲେ ଉଠାଇ ନେବ କ୍ରେନ୍ । ଆଉ ଲାଗିବ ଫାଇନ୍ ।

ଗାଡି ପାଖରେ ଯଦି ଗାଡି ଚାଳକ ଥିବେ ତେବେ ବାଇକ୍ ଏବଂ କାର୍ ପାଇଁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ଆଉ ଯଦି ଗାଡିକୁ କ୍ରେନ୍ ରାସ୍ତାରୁ ଉଠାଇ ନେଇଛି ତେବେ ବାଇକ୍ ପାଇଁ ୮ ଶହ ଏବଂ କାର୍ ପାଇଁ ୧୨ଶହ ଟଙ୍କା ଗଣିବାକୁ ପଡିବ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023