ଗଞ୍ଜାମ ବସ୍ ଟ୍ରାଜେଡି : ଯନ୍ତ୍ରୀ, ଏସ୍‌ଡିଓ ସସ୍‌ପେଣ୍ଡ

Published By : Prameya-News7 Bureau | February 10, 2020 IST

ଭୁବନେଶ୍ବର ୧୦।୨: ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୪ ଜଣଙ୍କ ବିରୋଧରେ ନିଆଗଲା ଆକ୍ସନ । କାର୍ଯ୍ୟରେ ଅବହେଳା ନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଏସଡିଓଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଏସଡିଓଙ୍କୁ ନିଲମ୍ବିତ କରାଯାଇଛି । ତେବେ ପୂର୍ବରୁ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲା ଶକ୍ତି ବିଭାଗ । ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର ଙ୍କୁ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଥିଲା ।

{"id":222698,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଯିବା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଭିତରୁ ବ୍ରହ୍ମପୁର ଏମକେସିଜିରେ ୧୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ, କଟକ ବଡ ମେଡିକାଲରେ ୭ ଜଣଙ୍କ ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ମଧ୍ୟରେ ୫ ମହିଳା ଓ ୨ ପୁରୁଷ ଅଛନ୍ତି । ୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

{"id":222699,"sizeSlug":"large"}

ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ବପ୍ନ ଛାରଖାର ହୋଇଯାଇଛି । ମେଣ୍ଡରାଜପୁର ଗାଁରୁ ଚିକରଡା ଯାଉଥିଲା ବସ୍ । ଡଙ୍ଗଲପାଡୁ ଗାଁର ଓମ୍ ହରିଙ୍କ ବିବାହ ଚକରଡା ଗାଁର ପଦ୍ମାଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ହେବ ବୋଲି ସ୍ଥିର ହୋଇଥିଲା । ଏଥିପାଇଁ ଗତକାଲି ନିର୍ବନ୍ଧ କରିବାକୁ ତାଙ୍କ ପରିବାର ଲୋକ ବସରେ ଯାଉଥିଲେ । ଏହି ସମୟରେ ଗାଁ ରାସ୍ତାରେ ତଳକୁ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ବସର ଛାତ ଉପର କ୍ୟାରିଅର ହୁକରେ ଲାଗି ଯାଇଥିଲା । ପୁରା ବସରେ କରେଣ୍ଟ ଲାଗି ଯାଇଥିଲା । କରେଣ୍ଟ ଏତେ ଜୋର ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.