ହାତୀ ମୃତ୍ୟୁ ଘଟଣାରେ ଆକ୍ସନ, ଦଦରା ଘାଟି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

Published By : Prameya-News7 Bureau | September 04, 2022 IST

ଢେଙ୍କାନାଳ ୦୪।୦୯ :  ହାତୀ ମୃତ୍ୟୁ ଘଟଣାରେ ଆକ୍ସନ । ଢେଙ୍କାନାଳ ଦଦରା ଘାଟି ଫରେଷ୍ଟର ସରୋଜ ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ ନିଲମ୍ବିତ । ଢେଙ୍କାନାଳ ଡିଏଫ୍‌ଓ ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।

ଖବର ଅନୁଯାୟୀ, ଗତ ୨୮ ତାରିଖ ଦିନ ଖଇରମୁଣ୍ଡାରେ ବିଦ୍ୟୁତ ଫାଶରେ ପଡି ହାତୀର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବନବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ କରାଯାଇଥିଲା । ଦାୟିତ୍ୱରେ ଅବହେଳା ଦର୍ଶାଇ ଦଦରା ଘାଟି ଫରେଷ୍ଟର ସରୋଜ ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠଙ୍କୁ ନିଲମ୍ବିତ କରିଛନ୍ତି ଢେଙ୍କାନାଳ ଡିଏଫ୍‌ଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.